Below header

ଶିବ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଛୁ ମାରିଲେ ଦୁର୍ବୁତ୍ତ

ବିଳମ୍ବିତରାତିରେ ମନ୍ଦିରରୁ ଲୁଟ୍ । ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଛୁ । ଶିବ ମନ୍ଦିର ଭିତରେ ପଶି ଠାକୁର ମୂର୍ତ୍ତି ସମେତ, ଆସବାବପତ୍ର ସମେତ ଦାନ ହୁଣ୍ତିରୁ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାଗପୁଞ୍ଜି ଗ୍ରାମରେ ଥିବା ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି ।

ଜଳେଶ୍ୱର(କେନ୍ୟୁଜ): ବିଳମ୍ବିତରାତିରେ ମନ୍ଦିରରୁ ଲୁଟ୍ । ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଛୁ । ଶିବ ମନ୍ଦିର ଭିତରେ ପଶି ଠାକୁର ମୂର୍ତ୍ତି ସମେତ, ଆସବାବପତ୍ର ସମେତ ଦାନ ହୁଣ୍ତିରୁ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାଗପୁଞ୍ଜି ଗ୍ରାମରେ ଥିବା ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି ।

ତେବେ ଆଜି ସକାଳେ ଗ୍ରାମବାସୀମାନେ ତାଲା ଭାଙ୍ଗି ଥିବା ଦେଖି ମନ୍ଦିରର ପୂଜକକୁ ପ୍ରଥମେ ଖବର ଦେଇଥିଲେ । ଏହାପରେ ପୂଜକ ମନ୍ଦିରକୁ ଆସି ତାଲା ଭାଙ୍ଗି ତଳେ ପଡି ଥିବାରଦେଖି ଜଳେଶ୍ୱର ପୋଲିସକୁ ଖବର ଦେଇ ଥିଲେ। ଖବର ପାଇ ଜଳେଶ୍ୱର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ମନ୍ଦିରରୁ ଠାକୁରଙ୍କର ସମସ୍ତ ସୁନା ଅଳଙ୍କାର ଏବଂ ଆସବାବପତ୍ର, ୨୦ କିଲୋର ତମ୍ବା ନାଗ ସାପ, ଡାକବାଜି ଯନ୍ତ୍ର ଲୁଟ୍ କରିନେଇଛନ୍ତି ଦୁର୍ବୁର୍ତ୍ତ ମାନେ । ତେବେ ଆନୁମାନିକ ଦୁଇ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଜିନିଷପତ୍ର ଚୋରି ହୋଇଥିବା ପୂଜକ କହିଛନ୍ତି । ଗତ ଜାନୁଆରୀ ମାସ ୧୩ ତାରିଖରେ ମଧ୍ୟ କମର୍ଦ୍ଦା ଥାନା କାନପୁର ତାରିଣୀ ମନ୍ଦିରରୁ ଏଭଳି ଲୁଟ ହୋଇଥିଲା । ଶେଷରେ ଠାକୁରଙ୍କୁ ବି ଛାଡ଼ିଲେ ନାହିଁ ଦୁର୍ବୃତ୍ତ । ମନ୍ଦିରରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.