ରଣଜୀ ନ ଖେଳିଲେ ଆଇପିଏଲରେ ଖେଳିବାକୁ ମିଳିବନି ସୁଯୋଗ, ଈଶାନଙ୍କ ମନମାନିରେ ବିସିସିଆଇ ଖପ୍ପା

ତେଣୁ ରଣଜୀ ଟ୍ରଫି ଖେଳୁ ନଥିବା ଖେଳାଳିଙ୍କୁ ବିସିସିଆଇ ଆଇପିଏଲରେ ମଧ୍ୟ ଖେଳିବାକୁ ସୁଯୋଗ ନ ଦେବା ସପକ୍ଷରେ ବିଚାର କରୁଛି । ଆଇପିଏଲ ଖେଳିବା ପାଇଁ ରଣଜୀ ଟ୍ରଫିର କିଛି ମ୍ୟାଚ୍ ଖେଳିବା ବାଧ୍ୟତାମୂଳକ ଭଳି କଡ଼ା ନିୟମ ବିସିସିଆଇ ଖୁବଶୀଘ୍ର ପ୍ରଣୟନ କରିବାକୁ ଯାଉଛି ।

ଭାରତୀୟ ଟିମ୍‌ର ଖେଳାଳି ଈଶାନ କିଶନଙ୍କ ଆଭିମୁଖ୍ୟ ଦେଖି ବିସିସିଆଇ ଖପ୍ପା ହୋଇଛି । ଈଶାନ କେବଳ ଆଇପିଏଲ ଓ ଅନ୍ତର୍ଜାତୀୟ କ୍ରିକେଟ ଉପରେ ଫୋକସ କରୁଛନ୍ତି । ଈଶାନ କିଶନ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାକୁ ଇଚ୍ଛା କରୁ ନାହାନ୍ତି । ତେଣୁ ରଣଜୀ ଟ୍ରଫି ଖେଳୁ ନଥିବା ଖେଳାଳିଙ୍କୁ ବିସିସିଆଇ ଆଇପିଏଲରେ ମଧ୍ୟ ଖେଳିବାକୁ ସୁଯୋଗ ନ ଦେବା ସପକ୍ଷରେ ବିଚାର କରୁଛି । ଆଇପିଏଲ ଖେଳିବା ପାଇଁ ରଣଜୀ ଟ୍ରଫିର କିଛି ମ୍ୟାଚ୍ ଖେଳିବା ବାଧ୍ୟତାମୂଳକ ଭଳି କଡ଼ା ନିୟମ ବିସିସିଆଇ ଖୁବଶୀଘ୍ର ପ୍ରଣୟନ କରିବାକୁ ଯାଉଛି ।

ଖବର ଅନୁସାରେ, ବିସିସିଆଇର ବରିଷ୍ଠ ଅଧିକାରୀମାନେ ଈଶାନ କିଶନଙ୍କୁ ଝାଡଖଣ୍ଡ ପାଇଁ ଖେଳିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଫେବୃଆରୀ ୧୬ରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ଈଶାନ କିଶନଙ୍କୁ ଭାଗ ନେବାକୁ କୁହାଯାଇଛି । ଜାମସେଦପୁରରେ ଝାଡଖଣ୍ଡର ଶେଷ ଗ୍ରୁପ ଲିଗ ଗେମ ରାଜସ୍ଥାନ ବିପକ୍ଷରେ ଅନୁଷ୍ଠିତ ହେବ ।

ଈଶାନ କିଶନ ଯେଉଁ ଭଳି ଦକ୍ଷିଣ ଆଫ୍ରିକା ସିରିଜ ଅଧାରୁ ସ୍ୱଦେଶ ଫେରିଥିଲେ ଓ ଏହାପରେ ରଣଜୀ ଟ୍ରଫି ମ୍ୟାଚ୍ଗୁଡ଼ିକରେ ଖେଳିଲେ ନାହିଁ, ତା’କୁ ବିସିସିଆଇ ସହଜରେ ହଜମ କରିପାରି ନାହିଁ । ତେଣୁ ବିସିସିଆଇ ଯୁବ ଖେଳାଳିଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ରଣଜୀ ମ୍ୟାଚ୍ ଖେଳିବା ବାଧ୍ୟତାମୂଳକ ଭଳି ନିୟମ ପ୍ରଣୟନ କରିବାକୁ ଯାଉଛି।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କିଛି ଖେଳାଳି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାକୁ ଚାହୁଁ ନାହାନ୍ତି ବୋଲି ବିସିସିଆଇ ଅଧିକାରୀ ବୁଝିସାରିଛନ୍ତି । ଯେଉଁମାନେ ଭାରତୀୟ ଟିମରୁ କୌଣସି କାରଣ ପାଇଁ ବାଦ ପଡ଼ୁଛନ୍ତି ସେମାନେ ଅତି ବେଶୀରେ କେବଳ ମୁସ୍ତାକ ଅଲୀ ଟି-୨୦ ଗେମ୍ସ ଖେଳୁଛନ୍ତି ।

ସେମାନେ ନିଜ ଘରୋଇ ଟିମ ସହ ରଣଜୀ ମ୍ୟାଚ୍ ଖେଳୁ ନାହାନ୍ତି । ସେଭଳି ଖେଳାଳିମାନଙ୍କ ପାଇଁ ବିସିସିଆଇ ନୂଆ ନିୟମ ଆଣିପାରେ। ଯଦି କୌଣସି ଖେଳାଳି ୩ରୁ ୪ଟି ରଣଜୀ ଟ୍ରଫି ନ ଖେଳିବେ, ତା’ହେଲେ ସେମାନଙ୍କୁ ଆଇପିଏଲରେ ଭାଗ ନେବାକୁ ସୁଯୋଗ ମିଳିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.