ବିବାହ ପରେ ପତ୍ନୀ କାମକୁ ଯିବା କ୍ରୁରତା ନୁହେଁ, ପତିଙ୍କ ଛାଡପତ୍ର ପିଟିସନକୁ ଖାରଜ କରି ବମ୍ବେ ହାଇକୋର୍ଟ ଦେଲେ ଏମିତି ରାୟ

ମୁମ୍ବାଇ : ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଏକ ମହତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ଯଦି କେହି ପତ୍ନୀ ବିବାହ ପରେ କାମକୁ ଯିବାକୁ ଚାହୁଁଛନ୍ତି,ତେବେ ଏହାକୁ ହିନ୍ଦୁ ବିବାହ ଆକ୍ଟ ଧାରା ୧୩ ଅନୁଯାୟୀ କ୍ରୁରତା କୁହାଯିବ ନାହିଁ । ଜଣେ ମହିଳାଙ୍କ ପତି ତାଙ୍କ ପତ୍ନୀଙ୍କୁ କାମକୁ ଯିବା କାରଣ ଦର୍ଶାଇ ଛାଡପତ୍ର ଦେବାକୁ ପିଟିସନ ଦାୟର କରିଥିଲେ । ଯାହାକୁ କୋର୍ଟ ଖାରଜ କରିଦେଇଥିଲେ ।

ଜଷ୍ଟିସ ଅତୁଲ ଚନ୍ଦୁରକର ଓ ଉର୍ମିଳା ଯୋଶୀ ଫାଲକେ ଖଣ୍ଡପୀଠ ଛାଡପତ୍ର ଦାବି କରିଥିବା ପତିଙ୍କ ପିଟିସନର ଶୁଣାଣି କରିଥିଲେ । ପିଟିସନ ଦାଖଲ କରିଥିବା ପତି ଦାବି କରିଥିଲେ ଯେ ତାଙ୍କ ପତ୍ନୀ କାମକୁ ଯିବା ପାଇଁ ତାଙ୍କ ସହ ଝଗଡା କରୁଛନ୍ତି । ଏହା ସହ ପତ୍ନି ଧମକ ଦେଉଛନ୍ତି କି ଯେତେ ପର୍ଯ୍ୟନ୍ତ ତାଙ୍କ ଚାକିରି ସୁରକ୍ଷିତ ନହୋଇଛି, ସେ ପିଲା ଜନ୍ମ କରିବେ ନାହିଁ । ତେଣୁ ସେ ତାଙ୍କ ପତ୍ନିଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି ।

କୋର୍ଟ ଏହାର ଶୁଣାଣି କରି କହିଲେ ଯେ ପତ୍ନୀ ଦ୍ୱାରା ଚାକରି ଇଚ୍ଛା କରିବା ଭୁଲ ନୁହେଁ । ଏଥିପାଇଁ ସେ ଯୋଗ୍ୟ ମଧ୍ୟ ଅଛନ୍ତି । ତେଣୁ ଏହା କ୍ରୁରତା ନୁହେଁ । ଏହାଛଡ଼ା ପତି କ୍ରୁରତାର କିଛି ଠୋସ ପ୍ରମାଣ ମଧ୍ୟ ଦେଇ ନାହାଁନ୍ତି । ଯେଉଁଠି ପତ୍ନୀ ତାଙ୍କୁ ହଇରାଣ କରୁଛନ୍ତି ।

ଏହି ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ ପତିଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗ ଯେ ପତ୍ନୀ ତାଙ୍କ ଅନୁମତି ବିନା ଗର୍ଭପାତ କରିଛନ୍ତି । ତେବେ ଭାରତର ସମ୍ବିଧାନ ଅନୁଯାୟୀ ମହିଳାଙ୍କୁ ପିଲା ଜନ୍ମ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ପତ୍ନୀ ତାଙ୍କ ଗର୍ଭପାତ କରିବାର ଅଧିକାର ଆଇନ ଦେଇଛି । ତେଣୁ ଏହି ଆଧାରରେ ପତି, ପତ୍ନୀଙ୍କୁ ଛାଡପତ୍ର ଦେଇପାରିବେ ନାହିଁ । ଫଳରେ କୋର୍ଟ ଉକ୍ତ ପତିଙ୍କ ପିଟିସନକୁ ଖାରଜ କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.