କମ୍ପାନୀ କାମରେ ଯାଇ ଲକ୍‌ଡାଉନ୍‌ରେ ଫସିଲେ ମ୍ୟାନେଜର, କମ୍ପାନୀ ଅର୍ଥ ଖର୍ଚ୍ଚ କରିଥିବାରୁ ମାଲିକ ଢ଼ାଳିଦେଲେ ଗୁପ୍ତାଙ୍ଗରେ ସାନିଟାଇଜର

ମହାରାଷ୍ଟ୍ର : ମହାରାଷ୍ଟ୍ରରେ ଜଣେ ୩୦ ବର୍ଷୀୟ ଯୁବକଙ୍କ ସହ ହୋଇଥିବା ଉତ୍ପୀଡ଼ନ ମାନବିକତାର ସମସ୍ତ ସୀମା ଲଂଘନ କରିଛି । ଉକ୍ତ ଯୁବକଙ୍କୁ ଅମାନବିକତାର ସହ ପଟିବା ସହ ତାଙ୍କର ଗୁପ୍ତାଙ୍ଗରେ ସାନିଟାଇଜର ପ୍ରୟୋଗ କରାଯାଇ ତାଙ୍କୁ କଷ୍ଟ ଦିଆଯାଇଛି ।

ମିଳିଥିବା ସୂଚନାନୁଯାୟୀ ଏହି ଯୁବକଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା । ଅପହରଣ କରିଥିବା ଲୋକଙ୍କ ମଧ୍ୟରେ ଯୁବକଙ୍କ କମ୍ପାନୀର ମାଲିକ ମଧ୍ୟ ଥିବା ଜଣାଯାଇଛି । ମହାରାଷ୍ଟ୍ରର କୋଥ୍ରୁଦ୍‌ରୁ ଯୁବକଙ୍କୁ ଅପହରଣ କରିବା ପରେ ଜୋରଦାର୍‌ ମାଡ଼ ଦେଇଥିଲେ ଓ ପରେ ତାଙ୍କର ଗୁପ୍ତାଙ୍ଗରେ ସାନିଟାଇଜର ଢ଼ାଳି ଦେଇଥିଲେ ।

ଯୁବକ ମେଡିକାଲ୍‌ରେ ଚିକିତ୍ସିତ ହେବା ପରେ ଥାନାରେ ଅଭିଯୋଗ କରିଥିଲେ । ଯୁବକଙ୍କର ଭୁଲ୍‌ ଥିଲା ଯେ ସେ ଲକ୍‌ଡାଉନ୍‌ ସମୟରେ ସେ କମ୍ପାନୀ କାମରେ ଯାଇଥିବା ବେଳେ ଦିଲ୍ଲୀରେ ଅଟକି ଯାଇଥିଲେ । ସେଥିରେ କମ୍ପାନୀର ଟଙ୍କା ଖର୍ଚ୍ଚ ହୋଇଥିଲା । କମ୍ପାନୀ ଯୁବକଙ୍କୁ ଉକ୍ତ ଅର୍ଥ ଫେରାଇବା ପାଇଁ କହୁଥିଲା । ଯୁବକ ଟଙ୍କା ଫେରାଇ ନ ପାରିବାରୁ ତାଙ୍କୁ ଏପରି ଦଣ୍ଡ ମିଳିଥିବା ଜଣାଯାଇଛି ।

ଯୁବକ ଉକ୍ତ କମ୍ପାନୀର ମ୍ୟାନେଜର ପଦରେ ରହିଥିବା ବେଳେ କମ୍ପାନୀ କାମରେ ଦିଲ୍ଲୀ ଯାଇଥିଲେ । ହଠାତ୍‌ ଲକ୍‌ଡାଉନ୍‌ ହୋଇଗଲା । ଯୁବକ ଦିଲ୍ଲୀରେ ଫସି ଯାଇଥିବା ବେଳେ ଏକ ଲଜ୍‌ରେ ରହିଥିଲେ । ସେଥିପାଇଁ କମ୍ପାନୀ ଦେଇଥିବା ଅର୍ଥ ଖର୍ଚ୍ଚ ହୋଇଥିଲା । ଯୁବକ ପୁଣେରେ କାମ କରୁଥିବା ଉକ୍ତ କମ୍ପାନୀକୁ ଫେରିବା ପରେ ମାଲିକ ପୁଣି ଥରେ ୧୭ ଦିନ ପାଇଁ ଏକ ହୋଟେଲ୍‌ରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ କହିଥିଲା ।

ଯୁବକ ହୋଟେଲ୍‌ରେ କ୍ୱାରାଣ୍ଟାଇନ୍‌ ରହିବା ପରେ ଉକ୍ତ ହୋଟେଲ୍‌ ବିଲ୍‌ ଦେଇ ନପାରି ନିଜର ମୋବାଇଲ୍‌ ଓ କ୍ରେଡିଟ୍‌ କାର୍ଡ ବନ୍ଧା ଦେଇ ହୋଟେଲ୍‌ରୁ ଫେରିଥିଲେ । ଏପଟେ ମାଲିକ ଦିଲ୍ଲୀରେ ଖର୍ଚ୍ଚ କରିଥିବା ଅର୍ଥ ଦାବିରେ ଯୁବକଙ୍କ କାର୍‌ ନେଇଯାଇଥିଲେ ।

ଯୁବକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାଟି ଜୁନ୍‌ ୧୪ରେ ହୋଇଥିବା ବେଳେ ଜୁଲାଇ ୨ରେ ପାଉଦ୍‌ ପୋଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଚାଲିଛି କହି ଏଯାଏ କୈାଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.