Below header

ପୁଣି Pubg ନେଲା ଜୀବନ, ଫାଶି ଦଉଡିରେ ଝୁଲି ପଡିଲେ ୧୭ ବର୍ଷର ବାଳକ

ନିକଟରେ ଏକ ରିପୋର୍ଟ ଆସିଛି ଯେ ପବଜୀ ମୋବାଇଲ ଦୁନିଆର ସବୁଠୁ ଅଧିକ ରୋଜଗାର କରୁଥିବା ଆପ୍‌ ହୋଇଯାଇଛି। ବିଜନେସ ପାଇଁ ଏହା ବହୁତ ଭଲ ଖବର କିନ୍ତୁ ଏହା ପାଇଁ ଅନେକ ଲୋକଙ୍କ ଅଭ୍ୟାସ ଖରାପ ହୋଇଗଲାଣି ଏବଂ ପାଗଳାମି ଦ୍ୱାରା ଲୋକମାନେ ନିଜର ଜୀବନ ମଧ୍ୟ ଦେଇଦେଉଛନ୍ତି।

ବିହାରର ଭାଗଲପୁର ଜିଲ୍ଲାର ଏକ ଯାଗା ଯେଉଁଠି ଜଣେ ୧୭ ବର୍ଷର ବାଳକ ପବଜୀ ଖେଳୁ ଖେଳୁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ପିୟୁଷ। ସେ ସଂଧ୍ୟାରୁ ନିଜ ଫୋନରେ ପବଜୀ ଖେଳୁଥିଲେ। ରାତି ପ୍ରାୟ ୧୦ଟା ସମୟରେ ତାଙ୍କ ମା ଖାଇବା ପାଇଁ ଡାକିଲେ ଏବଂ ପବଜୀ ଖେଳିବାକୁ ମନା କଲେ।

pubg gameମା’ର ମନା କରିବାରେ ପିୟୁଷ ରାଗରେ କହିଲେ-‘ଯେତେବେଳେ ମୋର ଇଚ୍ଛା ହେବ ମୁଁ ଖାଇବି। ମୋତେ ଟେନସନ ଦିଅ ନାହିଁ। ଏହାପରେ ରାତି ୧୧ଟା ବେଳେ ପିୟୁଷର ବାପା ଖାଦ୍ୟ ନେଇ ଛାତ ଉପରକୁ ତାଙ୍କ ରୁମକୁ ଯାଇ ଦେଖିଲେ ତ ପୁଅ ଫାସି ଲଗାଇ ଆତ୍ମହତ୍ୟା କରିଛି। ଏହାପରେ ପୋଲିସକୁ ଖବର ଦିଆଯାଇଥିଲା ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା।

ପୋଷ୍ଟମର୍ଟମ ପରେ ପୋଲିସ ଜଣାଇଥିଲେ ଯେ ପବଜୀ ଖେଳୁରେ ତାର ଗ୍ରୁପର ମେମ୍ବର୍ସ ଲଗାର ଭାବରେ ମରିଯାଉଥିଲେ, ଯେଉଁ କାରଣରୁ ସେ ବହୁତ ଚିନ୍ତାରେ ଥିଲା। ଏଥିପାଇଁ ସେ ମଧ୍ୟ ଆତ୍ମହତ୍ୟା କରିନେେଲେ।

ରିପୋର୍ଟ ଅନୁଯାୟୀ ପିୟୁଷ ରୁମରୁ ଏକ ସୁଇସାଇଡ୍‌ ନୋଟ ଜବତ ହୋଇଛପି। ଯେଉଁଥିରେ ସେ ନିଜକୁ ଦୋଷି ବୋଲି କହିଛି। ନୋଟରେ ଏହା ମଧ୍ୟ ଲେଖା ଅଛି ଯେ ପିଲାଙ୍କ ଉପରେ କୌଣସି କଥାକୁ ନେଇ ଚାପ ପକାନ୍ତୁ ନାହିଁ। ଚାପ ପକାଇବା ଦ୍ୱାରା ପିଲା ଖରାପ ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.