ବାଲେଶ୍ୱର : କଲେଜର ଛାତ୍ରୀଙ୍କ ହତ୍ୟା ଘଟଣାରେ ରାସ୍ତା ଅବରୋଧ

ବାଲେଶ୍ୱର : ସିଂଲା ଥାନା ଅନ୍ତର୍ଗତ ଜାମସୁଳି କଲେଜର ଛାତ୍ରୀ ଲୋପାମୁଦ୍ରା ମହାନ୍ତିଙ୍କ ହତ୍ୟା ଘଟଣାରେ ରାସ୍ତା ଅବରୋଧ। ଅଭିଯୁକ୍ତକୁ କଠୋର ଦଣ୍ଡ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାମସୁଳି କଲେଜର ଶତାଧିକ ଛାତ୍ରଛାତ୍ରୀ ବସ୍ତା-ବାଲିଆପାଳ ରାସ୍ତା ଅବରୋଧ କରିଥିଲେ । ଲୋପାମୁଦ୍ରାଙ୍କୁ ଅପହରଣ କରି ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା କଥା ଅଭିଯୁକ୍ତ ସ୍ୱୀକାର କରିବା ପରେ ମଧ୍ୟ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ ନକରିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ରାସ୍ତାରୋକ ଯୋଗୁ ଶହ ଶହ ଗାଡି ଅଟକି ରହିଥିଲା । ଘଟଣାସ୍ଥଳରେ ସିଂଲା ଥାନା ଆଇଆଇସି ସୁବ୍ରତ ବେହେରା ପହଞ୍ଚି ଘଟଣାର ଉପଯୁକ୍ତ ତଦନ୍ତ ସହ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.