ପୁଣି ଭୁଷୁଡ଼ିଲା କୋଠା! ୨ ମୃତ୍ୟୁ, ୬ଜଣ ଗୁରୁତର ଆହତ

ନୂଆଦିଲ୍ଲୀ : ଗ୍ରେଟର ନୋଏଡାରେ ଏକ ନିର୍ମାଣଧୀନ ୬ମହଲା କୋଠା ଏକ ୪ମହଲା କୋଠା ଉପରେ ପଡି ୯ଜଣଙ୍କ ମୃତ୍ୟୁ ଘଟିବାର ୫ ଦିନ ପରେ ପୁଣି ଭୁଷୁଡିଲା କୋଠା। ଗତକାଲି ଗାଜିଆବାଦ ନିକଟ ଆକାଶନଗରରେ ଏକ ୫ ମହଲା ନିର୍ମାଣଧୀନ କୋଠା ଭୁଷୁଡି ୨ଜଣଙ୍କ ମୃତ୍ୟୁ ହୋଇଛି। ୬ଜଣ ଗୁରୁତର ଆହତ ହୋଇଛନ୍ତି। ଏବେବି କିଛି ଶ୍ରମିକ କୋଠା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ପୋଲିସ ଓ NDRF ତରଫରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ପ୍ରସନ୍ନଜିତ ଗୌର ନାମକ ଜଣେ ବ୍ୟକ୍ତିଙ୍କ ଜମିରେ ବିଲ୍ଡର ମନୀଷ ଗୟଲ ଏହି କୋଠା ନିମାଣ କରୁଥିଲେ। ଦୁର୍ଘଟଣା ପରେ ଉଭୟ ଫେରାର ହୋଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ସେପଟେ ଦୋଷୀ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.