ମୁମ୍ବାଇରେ ଭୁଶୁଡିଲା ୪ ମହଲା କୋଠା, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ମୁମ୍ବାଇ: ମୁମ୍ବାଇରେ ଭୁଶୁଡିଲା ୪ ମହଲା କୋଠା। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର କୁର୍ଲାର ନାଏକ ନଗରରେ ଥିବା ଏକ ଚାରି ମହଲା ବିଶିଷ୍ଟ କୋଠା ହଠାତ୍ ଭୁଶୁଡି ପଡ଼ିଥିଲା । ଯାହାଫଳରେ କୋଠା ତଳେ ପ୍ରାୟ ୨୦ରୁ ୨୫ ଜଣ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ଅନ୍ଯପଟେ ଖବର ପାଇ ପୋଲିସ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କୋଠା ତଳ ୮ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି।

ଏହିଘଟଣାପରେ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ଯପଟେ କୋଠା ଖାଲି କରିବା ପାଇଁ ନୋଟିସ୍ ଜାରି କରାଯାଇଥିଲା, କିନ୍ତୁ ଲୋକେ ଖାଲି କରିନଥିଲେ। ସେହି ଭଙ୍ଗା କୋଠା ଭିତରେ ରହୁଥିଲେ। କୋଠା ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଆମର ପ୍ରାଥମିକତା ହେବ ବୋଲି କହିଛନ୍ତି ଆଦିତ୍ୟ ଠାକରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.