ଚକୋଲେଟ କହି ୩ବର୍ଷ ଶିଶୁ ମୁହଁରେ ଫୁଟାଇଲେ ସୁତୁଲି ବମ୍

ମିରଠ : ଉତ୍ତରପ୍ରଦେଶର ମିରଠ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସାରା ଦେଶ ଦୀପାବଳି ବହୁତ ଧୁମଧାମରେ ପାଳନ କରୁଥିବା ବେଳେ ୩ ବର୍ଷର ନାବାଳିକାର ହୋଇଛି ଗମ୍ଭୀର ପରିସ୍ଥିତି। ର୍ନିମାୟା ନାବାଳିକାକୁ ଚକୋଲେଟ କହି ତା ପାଟିରେ କିଛି ଲୋକ ବମ୍ ଫୁଟାଇଥିଲେ। ଯାହାପରେ ଶିଶୁଟିର ସ୍ବାସ୍ଥ୍ଯବସ୍ଥା ଗମ୍ଭୀର ରହିଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ତାକୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

bomb

ଘଟଣା ଅନୁଯାୟୀ : ମିରଠର ମିଳକ ଗ୍ରାମରେ ରହୁଥିବା ରାଶିକୁମାରଙ୍କର ୩ବର୍ଷର ଝିଅ ଆୟୁଷି ସୋମବାର ସନ୍ଧ୍ଯାରେ ଘର ବାହାରେ ଖେଳୁଥିଲେ। ସେହି ସମୟରେ ଗାଁର ଜଣେ ଯୁବକ ହଠାତ ଘରେ ଭିତରେ ପଶିବା ସହ ଶିଶୁଟିର ପାଟିରେ ଚାକୋଲେଟ କହି ସୁତୁଲି ବମ ଫୁଟାଇ ଦେଇଥିଲେ। ଯାହା ଫଳରେ ଶିଶୁଟିର ମୁହଁରେ ବହୁତ ଆଘାତ ଆସିଥିଲା ଏବଂ ତାଙ୍କୁ ଗମ୍ଭୀରବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏବେ ତାଙ୍କ ମୁହଁରେ ୫୦ଟି ଷ୍ଟିଜ୍ ଲାଗିବା ସହ ସଂକ୍ରମଣ ତଣ୍ଟି ପର୍ଯ୍ଯନ୍ତ ପହଞ୍ଚିଯାଇଛି। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ରହିଥିବା ବେଳେ ଘଟଣାଟିର ତଦନ୍ତ ଚଳାଇଛି ସ୍ଥାନୀୟ ପୋଲିସ।