Below header

ଅନୁଗୁଳରେ ଜଣଙ୍କୁ ହାତୀ କଚାଡି ମାରିବା ଘଟଣା : ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି

ଅନୁଗୁଳ : ଅନୁଗୁଳରେ ଜଣଙ୍କୁ ହାତୀ କଚାଡି ମାରିବା ଘଟଣା । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି । ତତ୍କାଳ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

ଅନୁଗୁଳ ପୁରୁଣାକୋଟ ରେଞ୍ଜ ଅଫିସ ପରିସରରେ ଅଘଟଣ ଘଟିଛି । ଖାଇବାକୁ ଦେବା ବେଳେ ସୁଦୁରୁ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି ଯଶୋଦା । ସୁଦୁରୁଙ୍କ ଘର ପୁରୁଣାକୋଟ ଅଞ୍ଚଳର ମାଟିଆ ସାହି ଗାଁରେ । ତାଙ୍କୁ ବାରଣ ସତ୍ତ୍ୱେ ସେ ହାତୀକୁ କଦଳୀ ଗଛ ଖୋଇବା ପାଇଁ ଯାଇଥିଲେ । ସେତେବେଳେ ହାତୀ ବନ୍ଧା ଯାଇଥିଲା । କିନ୍ତୁ ତାଙ୍କୁ ସେଠାକୁ ଯିବା ପାଇଁ ବାରଣ କରିଥିଲେ ମାହୁନ୍ତ ଏବଂ ବନ ବିଭାଗ କର୍ମଚାରୀ । ଏହା ସତ୍ତ୍ୱେ ସେ ଯଶୋଦାକୁ ଖୋଇବାକୁ ଯାଇଥିଲେ । କଦଳୀ ଗଛ ସହ ତାଙ୍କୁ ଟାଣି ଆଣି କଚାଡି ମାରିଥିଲା ଯଶୋଦା । ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଚନ୍ଦକା ଅଭୟାରଣ୍ୟରୁ କୁମକୀ ହାତୀ ଯଶୋଦାକୁ ସାତକୋଶିଆକୁ ନିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.