ବାଥରୁମରେ ଲକ୍ଷାଧିକ ଟଙ୍କା ଲୁଚାଇଥିଲେ ଏହି ନାୟିକା, କ୍ୟାରିୟରର ଆରମ୍ଭରେ ହୋଇଥିଲା ଜବରଦସ୍ତ ବେଇଜ୍ଜତି

ବଲିଉଡକୁ ଏମିତି ଅନେକ ନାୟିକା ଆସିଛନ୍ତି ଯେଉଁମାନେ ନିଜ ଅଭିନୟ ଦମରେ ତିଆରି କରିଛନ୍ତି ସ୍ବତନ୍ତ୍ର ପରିଚୟ । ଯାହାଙ୍କ ଅଭିନୟ ଆଗରେ ବଡ଼ ବଡ଼ ଅଭିନେତା ମଧ୍ୟ ହୋଇଯାଉଥିଲେ ଧରାସାୟୀ । ସେହିପରି ଜଣେ ଅଭିନେତ୍ରୀ ହେଉଛନ୍ତି ୮୦ ଦଶକର ମାଲା ସିହ୍ନା । ବଲିଉଡରେ ପାଦ ଦେଉ ଦେଉ ଦେଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ନିଜର ମତୁଆଲା ଅନ୍ଦାଜ୍ ଏବଂ ନଖୁଣ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ କରୁଥିଲେ ରାଜ୍ ।

ଅଜି ମାଲା ସିହ୍ନା ନିଜର ୮୨ ତମ ଜନ୍ମଦିନ ପାଳନ କରୁଛନ୍ତି । କ୍ୟାରିୟରରେ ସର୍ବାଧିକ ହିଟ୍ ଫିଲ୍ମ ଦେଇଥିବା ମାଲା ସିହ୍ନା ଦୀର୍ଘ ପାଂଚ ଦସନ୍ଧି ଧରି ବଲିଉଡରେ କାମ କରିଥିଲେ । କିନ୍ତୁ ଏବେ ସେ ଲାଇମଲାଇଟ୍ ଠାରୁ ଦୂରେଇଯାଇଛନ୍ତି । କିନ୍ତୁ ହଁ ବେଳେବେଳେ ତାଙ୍କୁ କିଛି ଇଭେଣ୍ଟରେ ଦେଖିବାକୁ ମିଳେ । ନେପାଳରେ ଜନ୍ମିତ ମାଲା ସିହ୍ନା ଯେତେବେଳେ ନିଜ କ୍ୟାରିୟର୍ ଆରମ୍ଭରେ ବଲିଉଡର ଜଣେ ପ୍ରଡ୍ୟୁସରଙ୍କୁ ଦେଖାକରିବାକୁ ଯାଇଥିଲେ ସେତେବେଳେ ଖୁବ୍ ବେଜ୍ଜତି ସହିବାକୁ ପଡିଥିଲା ।

ପ୍ରଯୋଜକ ଜଣକ କହିଥିଲେ ପ୍ରଥମେ ଆଇନାରେ ଯାଇ ନିଜ ଚେହେରା ଦେଖ । ଏମିତି ଖରାପ ନାକ ନେଇ ହିରୋଇନ୍ ହେବାର ସ୍ବପ୍ନ ଦେଖୁଛ । ହେଲେ ଏହା ପରେ ବି ବଲିଉଡରେ ନିଜ ଆସ୍ଥାନ ଜମାଇନେଲେ ମାଲା ସିହ୍ନା ।

Mala_Sinhaମାଲା ସିହ୍ନାଙ୍କ ବାପା ଅଲବର୍ଟ ସିହ୍ନା ବଙ୍ଗାଳୀ ଥିଲେ ଆଉ ମା’ ଥିଲେ ନେପାଳୀ । ପିଲାବେଳେ ମାଲା ସିହ୍ନାଙ୍କ ନାଁ ଥିଲା ଆଲ୍ଡା । ତେଣୁ ପିଲାବେଳେ ସ୍କୁଲରେ ତାଙ୍କୁ ସାଙ୍ଗମାନେ ଡାଲଡା କହି ଚଡାଉଥିଲେ । ସେପଟେ ବାପା ମା’ ତାଙ୍କୁ ବେବି ଡାକୁଥିଲେ । ତେଣୁ ସାଙ୍ଗମାନେ କେତେବେଳେ ଡାଲଡା ସିହ୍ନା ଡାକୁଥିଲେ ତ କେତେବେଳେ ଡାକୁଥିଲେ ବେବି ସିହ୍ନା ।

କିନ୍ତୁ ମାଲା ସିହ୍ନାଙ୍କର ଦୁଇଟି ଯାକ ନାଁ ପସନ୍ଦ ନଥିଲା । ତେଣୁ ନାଁ ପରିବର୍ତ୍ତନ କରି ଅଲଡା ସିହ୍ନା ହୋଇଗଲେ ମାଲା ସିହ୍ନା । ପ୍ରଥମେ ବଙ୍ଗାଳୀ ଫିଲ୍ମରୁ ନିଜ ସିନେମା କ୍ୟାରିୟର୍ ଆରମ୍ଭ କରିଥିଲେ ମାଲା ସିହ୍ନା । ଏହା ପରେ ମୁମ୍ବାଇ ଆସିବା ପରେ ଦେଖାହୋଇଥିଲା ଗୀତା ବାଲିଙ୍କ ସହ । ଏହା ପରେ ଗୀତା ତାଙ୍କୁ ନିର୍ଦ୍ଦେଶକ କେଦାର ଶର୍ମାଙ୍କ ସହ ଦେଖା କରାଇଥିଲେ । ଏହା ପରେ ଫିଲ୍ମ ରଙ୍ଗୀନ୍ ରାତେଁ ରେ ମାଲା ସିହ୍ନାଙ୍କୁ ଲିଡ ରୋଲରେ ମିଳିଥିଲା କାମ । ଏହା ପରେ ଆରମ୍ଭ ହୋଇଥିଲା ମାଲା ସିହ୍ନାଙ୍କ ବଲିଉଡ୍ କ୍ୟାରିୟର ।

mala ଫିଲ୍ମରେ କାମ କରିବା ପୂର୍ବରୁ ମାଲା ସିହ୍ନା ରେଡିଓରେ କାମ କରୁଥିଲେ । ତେବେ ମାଲା ଖୁବ୍ ସୁନ୍ଦର ଥିବାରୁ ଫିଲ୍ମରେ କାମ କରିବା ପାଇଁ କେହି ତାଙ୍କୁ ପରାମର୍ଶ ଦେଇଥିଲେ । ଏହା ପରେ ସେ ଫିଲ୍ମ ମୁହାଁ ହୋଇଥିଲେ । ହେଲେ ଜଣେ ପ୍ରଯୋଜକ ତାଙ୍କ ନାକ କୁ ନେଇ ଖୁବ୍ ବେଜ୍ଜତ କରିଥିଲେ । ହେଲେ ଏହି ଘଟଣାକୁ ସାରା ଜୀବନ ଭୁଲି ପାରିନଥିଲେ ମାଲା ସିହ୍ନା ।

୧୯୫୭ରେ ଆସିଥିବା ଫିଲ୍ମ ପ୍ୟାସା ମାଲା ସିହ୍ନାଙ୍କ ଭାଗ୍ୟ ବଦଳାଇଦେଇଥିଲା । ହେଲେ ଜାଣି ଆଶ୍ଚର୍ଯ୍ଯ ହେବେ ଏହି ସିନେମାର କାହାଣୀ ପ୍ରଥମେ ମଧୁବାଲାଙ୍କୁ ଆଖି ଆଗରେ ରଖି ଲେଖାଯାଇଥିଲା । ହେଲେ କୌଣସି କାରଣରୁ ମଧୁବାଲା ଏହି ଫିଲ୍ମରେ କାମ କରିପାରିନଥିଲେ । ଯାହା ଫଳରେ ମାଲା ସିହ୍ନାଙ୍କୁ ମିଳିଥିଲା ପ୍ୟାସା ।

ନିଜ ବାପାଙ୍କୁ ଖୁବ୍ ଡରନ୍ତି ମାଲା ସିହ୍ନା । ତେଣୁ ସୁଟିଂ ପାଇଁ ଯେକୗଣସି ପୋଷାକ ପିନ୍ଧି ସେଟକୁ ଯାଆନ୍ତୁ ନା କାହିଁକି ଫେରିବା ସମୟରେ ସାଧା ପୋଷାକରେ ହିଁ ଫେରନ୍ତି । କୁହାଯାଏ ଖୁବ୍ ନିଜ ବାପାଙ୍କ ପରି ଖୁବ୍ କଞ୍ଜୁସ୍ ଥିଲେ ମାଲା ସିହ୍ନା । ରିପୋର୍ଟ ମୂତାବକ ଇନକମ୍ ଟ୍ୟାକ୍ସର ରେଡ୍ ସମୟରେ ମାଲା ସିହ୍ନାଙ୍କ ବାଥରୁମରୁ ୧୨ ଲକ୍ଷ ଟଙ୍କା ମିଳିଥିଲା ।

pratibha ଏପରିକି ଘରେ ଚାକର ରଖୁନଥିଲେ ମାଲା ସିହ୍ନାଙ୍କ ବାପା । ତେଣୁ ସୁଟିଂରୁ ଫେରିବା ପରେ ନିଜେ ରୋଷେଇ କରନ୍ତି ମାଲା । ମାଲା ସିହ୍ନାଙ୍କ ସ୍ବାମୀଙ୍କ ନାଁ ଚିଦମ୍ବର ପ୍ରସାଦ ଲୋହାନୀ ଏବଂ ଝିଅଙ୍କ ନାଁ ହେଉଛି ପ୍ରତିଭା । ଯେତିକି ଜୋରରେ ବଲିଉଡରେ ଏଣ୍ଟ୍ରି କରିଥିଲେ ସେତିକି ଜୋରରେ ଫ୍ଲପ୍ ହୋଇଯାଇଥିଲେ ପ୍ରତିଭା । ଆଉ ଝିଅର ଅସଫଳତା ପରେ ପାର୍ଟିମାନଙ୍କୁ ଯିବା ବନ୍ଦ କରିଦେଲେ । ଆଉ ଏବେ ଲାଇମଲାଇଟରୁ ଖୁବ୍ ଦୂରରେ ଅଛନ୍ତି ମାଲା ସିହ୍ନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.