Below header

ଡୁଆଲ ଡିସପ୍ଳେ ସହ ସାମସଙ୍ଗ ଉଠାଇଲା ତାହାର ଫୋଲ୍ଡେବଲ ସ୍ମାର୍ଟଫୋନ୍ ଉପରୁ ପରଦା

ନୂଆଦିଲ୍ଲୀ : ଗ୍ରାହକଙ୍କ ଆପେକ୍ଷାର ଅନ୍ତ ଘଟିଛି। ଦକ୍ଷିଣ କୋରିଆ କମ୍ପାନି ସାମସଙ୍ଗ ନିଜର ପ୍ରଥମ ଫୋଲ୍ଡେବଲ ସ୍ମାର୍ଟଫୋନର ଡିଜାଇନ ଏବଂ ଫିଚର ସାର୍ବଜନିକ କରିଛି। ଏହି ସ୍ମାର୍ଟଫୋନର ସବୁଠାରୁ ଖାସ କଥା ହେଉଛି ଏହାକୁ ଭର୍ଟିକାଲ ଫୋଲ୍ଡ କରାଯାଇପାରିବ। ଏହି ସ୍ମାଟଫୋନର ଡିସପ୍ଲେ ୭.୩ ଇଞ୍ଚ ରହିଛି ଯାହାକୁ ଫୋଲ୍ଡ କରାଯିବା ପରେ ତାହା ୪.୬ଇଞ୍ଚର ହୋଇଥାଏ। ତେବେ ଏହି ଫୋନ ଆସନ୍ତା ବର୍ଷକୁ ଲଞ୍ଚ କରିବା ନେଇ ଖବର ରହିଛି। କମ୍ପାନି ଏହି ଖାସ ସ୍ମାର୍ଟଫୋନର ମୂଲ୍ଯ ନେଇ କୌଣସି ସୂଚନା ଦେଇନାହିଁ। ଏହି ସ୍ମାର୍ଟଫୋନର ଖୁଲାସା ନ୍ଯୁୟର୍କରେ ଚାଲୁଥିବା ଡ଼େଭଲପର କନଫେରେନ୍ସରେ କରାଯାଇଛି।

samsung 2

କମ୍ପାନି କନଫେରେନ୍ସରେ ସୂଚନା ଦେବାକୁ ଯାଇ କହିଛି, ଏହି ମୋବାଇଲରେ ସିଙ୍ଗଲ ୟୁଆଇର ବ୍ଯବହାର କରାଯାଇଛି। ସାମସଙ୍ଗ  ହିସାବରେ, ଗୋଟିଏ ୟୁଆଇ ରହିବା ଦ୍ବାରା ଏହାକୁ ଗ୍ରାହକ ମଲ୍ଟିଟାକ୍ସି ଭାବେ ବ୍ଯବହାର କରିପାରିବେ। ଏଥିରେ ଏକାସାଙ୍ଗବରେ ତିନୋଟି ଆପ୍ସକୁ ଖୋଲିପାରିବେ।

samsung3

ଏହି ମୋବାଇଲର ଫିଚର ବିଷୟରେ କିଛି ଖାସ ସୂଚନା ମିଳିନଥିବା ବେଳେ ସାମସଙ୍ଗର ଏହି ଫୋଲ୍ଡେବଲ ସ୍ମାର୍ଟଫୋନର ଡ଼ିସପ୍ଲେ ୭.୩ ଇଞ୍ଚ ରହିଥିବା ବେଳେ ତାହାକୁ ଫୋଲ୍ଡ କରି ୪.୬ ଇଞ୍ଚର କରିପାରିବେ। ଏହାର ରିଜୋଲ୍ଯୁସନ ୧୫୩୬ X ୨୧୫୨ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.