ପୁଣି ମାତିଲେ ମାଓବାଦୀ, ଉଡ଼ାଇଲେ ଗାଡ଼ି : ୩ ସାଧାରଣ ଲୋକଙ୍କ ସହ ଜଣେ ସିଆଇଏସଏଫ୍ ଯବାନ ସହିଦ

ଦାନ୍ତେଓ୍ଵାଡା(କେନ୍ଯୁଜ୍) : ପୁଣି ମାତିଲେ ମାଓବାଦୀ । ଛତିଶଗଡ଼ ଦାନ୍ତେଓ୍ଵାଡାରେ ଉଡ଼ାଇଲେ ଗାଡ଼ି । ଜଣେ ସିଆଇଏସଏଫ୍ ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଉ କିଛି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଚେଲି ନିକଟରେ ଆଇଡି ବିସ୍ଫୋରଣ କରିଛନ୍ତି ମାଓବାଦୀ । ଆସନ୍ତା ୧୨ ତାରିଖରେ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଭୋଟ ନିଆଯିବ। ତା ପୂର୍ବରୁ ବାରମ୍ବାର ମାଓବାଦୀ ହିଂସାକାଣ୍ଡ ଘଟାଉଛନ୍ତି । ଗତମାସ ୩୦ ତାରିଖରେ ଦାନ୍ତେଓ୍ଵାଡ଼ାର ଆରନପୁରରେ ବିସ୍ଫୋରଣ କରିଥିଲେ ମାଓବାଦୀ। ଏଥିରେ ଓଡ଼ିଆ ଯୁବକ ତଥା ଡିଡି କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କୁ ମୃତ୍ୟୁ ହୋଇଥିଲା । ସହିଦ ହୋଇଥିଲେ ଆଉ ଦୁଇ ଜଣ ଯବାନ। ଏହି ଘଟଣାକୁ ସପ୍ତାହେ ପୂରିବା ପରେ ପୁଣି ହିଂସା ଘଟାଇ ନିଜ ସ୍ଥିତି ଜାହିର କରିଛନ୍ତି ମାଓବାଦୀ ।