ସାଉଦି ଆରବର ପବିତ୍ର ମକ୍କା ନଗରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩୫ ଯାତ୍ରୀ ମୃତ

ଦୁବାଇ: ମୁସଲମାନମାନଙ୍କର ପବିତ୍ର ମକ୍କା ନଗରୀ ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସରେ ୩୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଯେଉଁ ସୂଚନା ଦେଇଛନ୍ତି, ସାଉଦି ଆରବର ସରକାରୀ କର୍ତ୍ତୃପକ୍ଷ। ରାଷ୍ଟ୍ରାୟତ ସାଉଦି ପ୍ରେସ୍ ଏଜେନ୍ସି ଗୁରୁବାର ଦିନ ଏହି ରିପୋର୍ଟରେ କହିଛି କି, ଦୁର୍ଘଟଣାରେ ଚାରି ଜଣ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମକ୍କା ଓ ମଦିନା ସହରକୁ ସଂଯୋଗ କରୁଥିବା ସଡ଼କରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।
ତେବେ ଏହି ବସ୍ଟିରେ ଏସୀୟ ଓ ଆରବୀ ନାଗରିକ ଥିଲେ। ବସ୍ଟି ଗୋଟାଏ ଭାରୀ ଯାନ ସହ ଧକ୍କା ହେବା ଫଳରେ ଏଭଳି ପରିସ୍ଥିତି ହୋଇଥିବା ମଦିନା ପୁଲିସ ମୁଖପାତ୍ର କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ଅଧିକ କିଛି ତଥ୍ଯ ମିଳିପାରିନାହିଁ ।