Below header

ଫାଇବ ଷ୍ଟାର ହୋଟେଲରେ ୧୨ଲକ୍ଷ ଟଙ୍କାର ବିଲ ନଭରି ପଳାଇଲେ ବ୍ୟବସାୟୀ

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଜଣେ ବ୍ୟକ୍ତି ୩ମାସରୁ ଉର୍ଦ୍ଧ୍ୱ ସମୟ ଧରି ଏକ ପଞ୍ଚତାରକା ହୋଟେଲରେ ରହିବା ପରେ ବିଲ ନଭରି ଫେରାର ହୋଇଯାଇଛନ୍ତି । ଏହି ବ୍ୟକ୍ତିଙ୍କର ପାଖାପାଖି ୧୨.୩୪ ଲକ୍ଷ ଟଙ୍କାର ବିଲ ହୋଇଥିଲା ।

ଅଭିଯୁକ୍ତଙ୍କ ନାମ ଶଙ୍କର ନାରାୟଣ ବୋଲି ଜଣାପଡିଛି । ତାଜ ବଂଜାରା ହୋଟେଲର ମ୍ୟାନେଜରଙ୍କ ଅଭିଯୋଗ ଅନୁଯାୟୀ ବ୍ୟକ୍ତିଙ୍କ ନାମରେ ଏକ ଏତେଲା ଦାୟର କରାଯାଇଛି । ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ବିଶାଖାପାଟଣାର ଜଣେ ବ୍ୟବସାୟୀ ଅଟନ୍ତି । ହୋଟେଲର ମ୍ୟାନେଜମେଣ୍ଟ ଅନୁସାରେ ନାରାୟଣ ତାଜ ବଂଜାରା ହୋଟେଲରେ ୧୦୨ ଦିନ ଧରି ରହି ଆସୁଥିଲେ । ତାଙ୍କର ସମୁଦାୟ ୨୫.୯୬ ଲକ୍ଷ ଟଙ୍କା ବିଲ ହୋଇଥିଲା ସେଥିରୁ ସେ ୧୩.୨୬ଲକ୍ଷ ଟଙ୍କା ଦେଇଥିଲେ ଏବଂ ଏହାପରେ ସେ କାହାକୁ କିଛି ନକହି ଏପ୍ରିଲ ମାସରେ ହୋଟେଲ ଛାଡି ଚାଲି ଯାଇଥିଲେ ।

ଏହାସହ ପଢନ୍ତୁ ୪-ଷ୍ଟାର୍ ହୋଟେଲରେ ବିଦେଶୀ ଯୁବତୀଙ୍କ ସହ ବନ୍ଧୁତା କଲେ, ପୁଣି ସି-ବିଚରେ କଲେ ଦୁଷ୍କର୍ମ

ଏହାପରେ ହୋଟେଲର ଜଣେ ଷ୍ଟାଫ ନାରାୟଣଙ୍କ ସହ କଣ୍ଟାକ୍ଟ କରିବାକୁ ଚେଷ୍ଟା କରିଥିଲେ । ତାପରେ ସେ ସମ୍ପୂର୍ଣ ବିଲ ଭରିଦେବେ ବୋଲି ଷ୍ଟାଫଙ୍କୁ କଥା ଦେଇଥିଲେ ଏବଂ କିଛି ସମୟ ପରେ ନିଜର ଫୋନ୍କୁ ସୁଇଚ ଅଫ କରିଦେଇଥିଲେ । ଏହାପରେ ହୋଟେଲର ମ୍ୟାନେଜର ବଂଜାରା ହିଲସ ପୋଲିସ ଷ୍ଟେସନ ଯାଇ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିଥିଲେ ।

ଏହି ଘଟଣାରେ ସବ-ଇନିସ୍ପେକ୍ଟର ପି.ରବିଙ୍କ କହିବା ଅନୁଯାୟୀ, ହୋଟେଲର ମ୍ୟାନେଜର ମାମଲା ଦର୍ଜ କରିବା ପରେ ସେ ଘଟଣାର ତଦନ୍ତ କରିଥିଲେ । ବ୍ୟବସାୟୀଙ୍କ କହିବା ଅନୁସାରେ ସେ ସମ୍ପୂର୍ଣ୍ଣ ବିଲ ଭରି ସାରିବା ପରେ ହୋଟେଲ ଛାଡିଥିଲେ । ଏହା ସହିତ ସେ ଅଭିଯୋଗ କରିଛନ୍ତି ଯେ ହୋଟେଲର ମାଲିକ ତାଙ୍କ ପ୍ରତିଷ୍ଠା ଉପରେ ଆଞ୍ଚ ଆଣିଛନ୍ତି । ଏଥିପାଇଁ ସେ ହୋଟେଲ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.