Below header

ଏନସିପିକୁ ମୁହଁତୋଡ ଜବାବ ଦେଲେ ମନ୍ତ୍ରୀ ଗିରୀଶ ମହାଜନ, ପୂର୍ବରୁ ସେଲ୍‌ଫି ନେଇ ବିବାଦରେ ଫସିଥିଲେ

ମହାରାଷ୍ଟ୍ରର ଜଳ ସଂରକ୍ଷଣ ମନ୍ତ୍ରୀ ଗିରୀଶ ମହାଜନ ପୂର୍ବରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ସେଲଫି ନେଇ ବିବାଦରେ ଫସିଥିଲେ। ସେତେବେଳେ ସୋସିଆଲ ମିଡିଆରେ ତାଙ୍କର ଦୁଇଟି ଭିଡିଓ ଭାଇରାଲ ହୋଇଥିଲା। ଏଥିପାଇଁ ବିପକ୍ଷ ଦଳର ନେତାମାନଙ୍କୁ କହିବାର ସୁଯୋଗ ମଧ୍ୟ ମିଳିଯାଇଥିଲା।
କିନ୍ତୁ ଏବେ ଏହି ଟ୍ରଲିଂ ମୁହଁ ତୋଡ ଜବାବ ଦେଇଛନ୍ତି ଗିରୀଶ ମହାଜନ। ବିଜେପି ତାର ଟ୍ଵିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଗିରୀଶ ଏକ ଗାଁକୁ ପହଞ୍ଚିବା ପାଇଁ ବନ୍ୟା ପାଣିରେ ପହଁରି ଯାଉଥିବା ନଜର ଆସିଛନ୍ତି। ଏହାସହିତ ବିଜେପି କିପରି ସମସ୍ତଙ୍କର ବିଶ୍ୱାସ ଜିତିପାରିଛି ତାହା ମଧ୍ୟ ଟ୍ଵିଟରରେ ଲେଖାଯାଇଛି।

girish 1

ସୂଚନାନୁଯାୟୀ, ପାଞ୍ଚଥର ବିଧାୟକ ସାଜିଥିବା ମହାଜନ ମହାରାଷ୍ଟ୍ରର ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲା ସାଙ୍ଗାଲୀକୁ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଗିରୀଶ ଡଙ୍ଗାରେ ବସି ହସି ହାତ ହଲାଇ ସେଲଫି ନେଉଥିବାର ନଜର ଆସିଥିଲେ। ମନ୍ତ୍ରୀଙ୍କର ଏହି ଭିଡିଓକୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ନେତା ଧନଞ୍ଜୟ ମୁଣ୍ଡେ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରି କ’ଣ ଆପଣ ବୁଲିବାକୁ ଯାଇଛନ୍ତି ବୋଲି ପ୍ରଶ୍ନ କରିଥିଲେ । କେବଳ ଏତିକି ନୁହେଁ ଏନସିପି ମଧ୍ୟ ଗିରୀଶଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫିଡନାବିସଙ୍କୁ ଦାବି ମଧ୍ୟ କରିଥିଲେ। କିନ୍ତୁ ଏହି ଭିଡିଓ ଦେଖିବା ପରେ ଏନସିପିକୁ ମୁହଁତୋଡ ଜବାବ ମିଳିଥିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.