Below header

ଥମୁନି ସିଏଏ ତାତି, ଦେଶବ୍ୟାପୀ ଚାଲିଥିବା ପ୍ରତିବାଦ ଥମିବାର ନାଁ ନେଉନାହିଁ

ନୂଆଦିଲ୍ଲୀ : ଥମୁନି ସିଏଏ ତାତି। ଦେଶବ୍ୟାପୀ ଚାଲିଥିବା ପ୍ରତିବାଦ ଥମିବାର ନାଁ ନେଉନାହିଁ। ରାଜଧାନୀ ଦିଲ୍ଲୀ ଓ ଉତ୍ତର ପ୍ରଦେଶ ହିଂସା ଦ୍ୱାରା ସର୍ବାଧିକ ପ୍ରଭାବିତ । ଉତ୍ତର ପ୍ରଦେଶର ୨୫ରୁ ଅଧିକ ସହରରେ ହିଂସା ଜାରି ରହିଛି। ଗତ ଗୁରୁବାର ଠାରୁ ସିଏଏ ବିରୋଧରେ ଆରମ୍ଭ ହୋଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ୧୫ଜଣଙ୍କର ପ୍ରାଣହାନି ଘଟିଛି। ହିଂସାରେ ସଂପୃକ୍ତି ନେଇ ୭୦୫ ଜଣଙ୍କୁ ଗିରଫ କରାଯାଇଛି। କେବଳ ଉତ୍ତର ପ୍ରଦେଶରେ ସୁରକ୍ଷା ଦୃଷ୍ଟିରୁ ସାଢେ ୪ହଜାରଙ୍କୁ ଅଟକ ରଖାଯାଇ ପରେ ଛାଡ଼ି ଦିଆଯାଇଛି। ଦିଲ୍ଲୀର ଜାମା ମସ୍‌ଜିଦ ଠାରେ ଦରିଆଗଞ୍ଜରେ ଗତକାଲି ବିରୋଧ ରାଲିରେ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ ଓ ପୋଲିସ।

ଆନ୍ଦୋଳନର ନେତୃତ୍ୱ ନେଇଥିବା ଭୀମସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ପୋଲିସ ଗିରଫ କରିଛି। ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ମଧ୍ୟ ପୁଣିଥରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନେକ ପୂର୍ବତନ ଛାତ୍ରଛାତ୍ରୀ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ସେପଟେ ସିଏଏ ଓ ଏନଆରସିକୁ ବିରୋଧ କରି ଆସନ୍ତାକାଲି ନୂଆଦିଲ୍ଲୀର ରାଜଘାଟର ଧାରଣାରେ ବସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଅପରାହ୍‌ଣ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ମହାତ୍ମାଗାନ୍ଧିଙ୍କ ସମାଧିପୀଠରେ ଧାରଣାରେ ବସିବେ ରାହୁଲ। ତାଙ୍କ ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଏଥିରେ ସାମିଲ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.