ସେଲ୍‌ଟର ହୋମ୍‌ ପିଲାଙ୍କ ପାଇଁ ସାନ୍ତାକ୍ଲଜ୍‌ ହୋଇ ଉପହାର ବାଣ୍ଟିଲେ ବିରାଟ କୋହଲି, ଭିଡିଓ ହେଲା ଭାଇରାଲ

ଭାରତୀୟ କ୍ୟାପ୍‌ଟେନ ବିରାଟ କୋହଲି କୋଲ୍‌କାତାର ଏକ ସେଲ୍‌ଟର ହୋମ୍‌ରେ ପିଲାମାନଙ୍କ ପାଇଁ ସାନ୍ତାକ୍ଲଜ୍‌ ହୋଇ ସେମାନଙ୍କୁ ଉପହାର ବାଣ୍ଟିଛନ୍ତି। ଏକ ଗଣମାଧ୍ୟମ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ବିରାଟଙ୍କୁ ସାନ୍ତାକ୍ଲଜ୍‌ ଗେଟ୍‌-ଅପ୍‌ରେ ଦେଖିବାକୁ ମିଳିଛି। ସେ ଧଳା ଦାଢ଼ି, ବଡ଼ ପେଟ ଏବଂ ଲାଲ୍‌ ରଙ୍ଗର ସୁଟ୍‌ରେ ନଜର ଆସିଛନ୍ତି। ସାନ୍ତାକ୍ଲଜ୍‌ ବେଶରେ ବିରାଟ ସେଲ୍‌ଟର ହୋମ୍‌ ଯାଇ ସେଠାରେ କୁନି କୁନି ପିଲାଙ୍କ ସହ ସମୟ କାଟିବା ସମସ୍ତଙ୍କୁ ପସନ୍ଦ ଆସିଛି।


ବିରାଟ ନିଜ ଇଚ୍ଛା ଅନୁସାରେ ପିଲାମାନଙ୍କୁ ଉପହାର ବାଣ୍ଟିଥିଲେ। ବିରାଟଙ୍କୁ ସାନ୍ତାକ୍ଲଜ୍‌ ବେଶରେ ଦେଖି ପିଲାମାନେ ବି ଆଶ୍ଚଯ୍ୟର୍ ହୋଇଯାଇଥିଲେ। ଏହି ସମୟରେ ପିଲାମାନଙ୍କୁ ପଚରାଯାଇଥିଲା, ‘ସ୍ପାଇଡର ମ୍ୟାନ୍‌ ଏବଂ ସୁପରମ୍ୟାନ୍‌ ଛୁଟିରେ ଅଛନ୍ତି, ସେମାନେ କୋହଲିଙ୍କ ସହ ମିଶିବାକୁ ଚାହିଁବେ କି’?

କ୍ରିକେଟରଙ୍କ ସହ ମିଶିବାକୁ ଉତ୍ସାହିତ ଥିବା ପିଲାମାନେ ‘ହଁ’ କହି ବଡ଼ ପାଟିରେ ଚିଲ୍ଲାଇଥିଲେ। ଏହାପରେ ଭାରତୀୟ କ୍ୟାପ୍‌ଟେନ ସାନ୍ତା ଟୋପି ବାହାର କରିଦେଇଥିଲେ ଏବଂ ନିଜର ପରିଚୟ ଦେଇଥିଲେ। ବିରାଟଙ୍କୁ ପାଖରୁ ଦେଖି ପିଲାମାନେ ବହୁତ ଖୁସି ହୋଇଯାଇଥିଲେ। ଏହାପରେ ୩୧ ବର୍ଷୀୟ କୋହଲି ପିଲାମାନଙ୍କ ସହ ଖୋଲୋଖୋଲି କଥା ହୋଇଥିଲେ।


କ୍ରିସ୍‌ମାସ ଏବଂ ନୂଆ ବର୍ଷ ପୂର୍ବରୁ ଜାରି କରାଯାଇଥିବା ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା କରାଯାଉଛି। ଯେଉଁଥିରେ ଭାରତୀୟ କ୍ୟାପଟେନ୍‌ ସମୟ ବାହାର କରି ସେଲ୍‌ଟର ହୋମ୍‌ ପିଲାମାନଙ୍କୁ ଖୁସି କରାଉଛନ୍ତି। କହି ରଖୁଛୁ କି, ରବିବାର କଟକରେ ବିରାଟଙ୍କ ଟିମ୍‌ େଓ୍ଵଷ୍ଟଇଣ୍ଡିଜ୍‌ ସହ ମ୍ୟାଚ୍‌ ଖେଳୁଛି।

Leave A Reply

Your email address will not be published.