ସତରେ କଣ ମହାକାଶରେ ଏଲିଆନ୍ସ ନାହାନ୍ତି ? ଜାଣିବା ପାଇଁ ପଢନ୍ତୁ ଏହି ରୋଚକ ଖବର

ବୈଜ୍ଞାନିକ ମାନେ କାହିଁ କେତେ ଦିନରୁ ରହସ୍ୟମୟୀ ଏଲିୟନଙ୍କ ସନ୍ଧାନରେ ଅଛନ୍ତି । କେତେ ବର୍ଷ ଭିତରେ ତାଙ୍କ ବିଷୟରେ କେତେକ ନୂଆ ରହସ୍ୟର ସନ୍ଧାନ ମଧ୍ୟ ମିଳିଛି । କିନ୍ତୁ କିଛି ଦିନ ତଳେ ମହାକାଶରୁ ଦେଖା ଯାଇଥିବା ଏକ ରହସ୍ୟ ମୟୀ ଆଲୋକ ବୈଜ୍ଞାନିକ ମାନଙ୍କୁ ଚିନ୍ତାରେ ପକେଇଦେଇଛି । ପୂର୍ବରୁ ଅନ୍ତରୀକ୍ଷ ବୈଜ୍ଞାନିକ ମାନଙ୍କୁ ପୃଥିବୀ ନିକଟ ଗ୍ରହରେ ଥିବା ଏଲିଆନ୍ସଙ୍କ ବିଷୟରେ ସନ୍ଧାନ ମିଳିଥିଲା । ଏହା ପରେ ବୈଜ୍ଞାନିକଙ୍କ ଧାରଣା ଥିଲା କି ଏଯାବତ ଏଲିଆନ୍ସଙ୍କ ବିଷୟରେ ସମସ୍ତ ସନ୍ଧାନ ଏକ ପ୍ରକାର ସରିଯାଇଛି । କିନ୍ତୁ ମହାକାଶରୁ ରହସ୍ୟମୟୀ ଆଲୋକ ଦେଖାଯିବା ପରେ ବୈଜ୍ଞାନିକ ମାନଙ୍କ ଏହି ଧାରଣା ଭୁଲ ପ୍ରମାଣିତ ହୋଇଛି । ଏତେ ମାତ୍ରାର ତୀବ୍ର ଆଲୋକରେ କୌଣସି ଜୀବ ତିଷ୍ଠିବା ସହଜ ନୁହେଁ । ବୈଜ୍ଞାନିକଙ୍କ ଅନୁଯାୟୀ ଏହି ରହସ୍ୟମୟୀ ଆଲୋକ ପୃଥିବୀ ଠାରୁ ୧୧ ଆଲୋକ ବର୍ଷ ଦୂରତାରେ ଅବସ୍ଥିତ ଏକ ଲାଲ ତାରା ‘ରସ ୧୨୮’ ରୁ ଆସୁଥିବା ଜଣା ଯାଇଛି ।

image

ଆଉ ମଧ୍ୟ ଜଣା ଯାଇଛିକି ଏହି ଆଲୋକର ତେଜ ସୂର୍ଯ୍ୟଙ୍କ ଠାରୁ ୨୮୦୦ ଗୁଣ ଅଧିକ ବୋଲି ଜଣା ଯାଇଛି । ବୈଜ୍ଞାନିକଙ୍କ ଅନୁଯାୟୀ ଏହି ସିଗ୍ନାଲକୁ ବୈଜ୍ଞାନିକମାନେ ପୂର୍ବରୁ କେବେ ମଧ୍ୟ ଦେଖି ନଥିଲେ । ଆଉ ମଧ୍ୟ ଏହି ରହସ୍ୟ ମୟୀ ଆଲୋକର ପୃଥିବୀ ପୃଷ୍ଠର ବିଜୁଳି, ଯୋଗାଯୋଗ ପରି ସେବା ମାନଙ୍କୁ ବାଧା ଦେବାର କ୍ଷମତା ରହିଛି । ଏହାବାଦ ଅନ୍ତରୀକ୍ଷ ଯାତ୍ରୀଙ୍କ ଯାତ୍ରା ଉପରେ ମଧ୍ୟ ପ୍ରଭାବ ପକାଇପାରେ । ବୈଜ୍ଞାନିକଙ୍କ ଅନୁଯାୟୀ ଅନ୍ତରୀକ୍ଷରେ ଏମିତି କିଛି ଘଟଣା ମାନ ପ୍ରତିଦିନ ଘଟେ ଯାହା ଆଜି ପର୍ଯ୍ୟନ୍ତ ବି ଲୋକ ଲୋଚନକୁ ଆସି ପାରିନାହିଁ । ଏମିତିକି ମହାକାଶର କେତେକ ରହସ୍ୟ ମୟୀ ଧ୍ୱନି ପଛର ରହସ୍ୟ ଆଜି ବି ବୈଜ୍ଞାନିକ ମାନେ ବୁଝି ପାରିନାହାନ୍ତି । ଏହି ପରି ନୂଆ ନୂଆ ରହସ୍ୟମାନ ଆମକୁ ଅନୁଭୂତି ଦେଇଥାଏ କି ଆହୁରି ମଧ୍ୟ ରହସ୍ୟ ମୟୀ କଥା ଜାଣିବାକୁ ଅଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.