Below header

ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍‌ରେ ୟୁଜର୍ସ ପାଇପାରିବେ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ସହ ୩ ଜିବି ଡାଟା

ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(BSNL) ଏୟାରଟେଲ, ରିଲାଏନ୍ସ ଜିଓ, ଭୋଡାଫୋନ୍‌-ଆଇଡିଆକୁ ଟକ୍କର ଦେବାକୁ ସିକ୍ସ ସିରିଜ୍‌ର ୬୬୬ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌କୁ ଅପଡେଟ୍‌ କରିଛି। ଏହି ପ୍ଲାନ୍‌ରେ ପୂର୍ବ ତୁଳନାରେ ଅଧିକ ଡାଟା ମିଳିବ। ସମସ୍ତ ସର୍କଲର ୟୁଜର ୨୩ ଡିସେମ୍ବର ୨୦୧୯ ଠାରୁ ଏହି ପ୍ଲାନ୍‌କୁ ରିଚାର୍ଜ କରିପାରିବେ। ଅନ୍ୟପଟେ ତାରିଫ୍‌ ପ୍ଲାନ୍‌ର ଦର ବଢ଼ିବା ପରେ କମ୍ପାନୀ ଦୁଇ ମାସ ଭିତରେ କେତେକ ପ୍ରିପେଡ୍‌ ପ୍ଲାନ୍‌ରେ ପରିବର୍ତ୍ତନ କରିଛି। ଆସନ୍ତୁ ଜାଣିବା ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍‌ ବିଷୟରେ…

ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ଏହି ପ୍ଲାନ୍‌ରେ ଅଧିକ ଡାଟା ଅଫର କରିଛି। ୬୬୬ ଟଙ୍କିଆ ପ୍ଲାନ୍‌ରେ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ନିୟମିତ ୩ ଜିବି ଡାଟା ମିଳିବ। ଏଥିସହ ଉପଭୋକ୍ତା ଏମ୍‌ଟିଏନ୍‌ଏଲ୍‌ ସହ ଯେକୌଣସି ନେଟଓ୍ଵର୍କକୁ ଅନ୍‌ଲିମିଟେଡ୍‌ କଲିଂ(୨୫୦ ମିନିଟ୍‌ ପ୍ରତିଦିନ) କରିପାରିବେ। ତେବେ ୩୧ ଡିସେମ୍ବର ପରେ ଗ୍ରାହକ କେବଳ ୨ ଜିବି ଡାଟାର ସୁବିଧା ପାଇପାରିବେ। ଏହି ପ୍ୟାକ୍‌ର ବୈଧତା ୧୩୪ ଦିନ ପର୍ଯ୍ୟନ୍ତ ରହିବ।

କମ୍ପାନୀ ୨୦୧୯ର ଆରମ୍ଭରେ ଏହି ପ୍ଲାନ୍‌ର ବୈଧତାକୁ ୧୨୨ରୁ ବୃଦ୍ଧି କରି ୧୨୯ ଦିନ ପର୍ଯ୍ୟନ୍ତ କରିଥିଲେ। ସେହିପରି କମ୍ପାନୀ କିଛି ମାସ ପରେ ଏହାର ବୈଧତାରେ ପରିବର୍ତ୍ତନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.