Below header

ବୁକିଂ କ୍ୟାନ୍ସଲ କରିବାରୁ ଟ୍ୟାକ୍ସି ଡ୍ରାଇଭର ମହିଳାଙ୍କୁ ପଠାଇଲେ ଅଶ୍ଳୀଳ ଫଟୋ ଓ ଭିଡିଓ, ପୋଲିସ କଲା ଗିରଫ

ଜଣେ ମହିଳା ଟ୍ୟାକ୍ସି ପାଇଁ କରିଥିବା ବୁକିଂ କ୍ୟାନସଲ କରିବାରୁ ଟ୍ୟାକ୍ସି ଡ୍ରାଇଭରଙ୍କ ଠାରୁ ଅଶ୍ଳୀଳ ଫଟୋ ଓ ଭିଡିଓ ପାଇଥିବା ଅଭିଯୋଗ କରିଛନ୍ତି । ଘଟଣାଟି ଘଟିଛି ବାଙ୍ଗାଲୋର ସହରରେ । ଏହି ୩୨ ବର୍ଷ ବୟସ୍କ ମହିଳା ଜଣକ ସାନ ଝିଅକୁ ସ୍କୁଲରୁ ଆଣିବା ପାଇଁ ଏକ ଟ୍ୟାକ୍ସି ବୁକିଂ କରିଥିଲେ ।

ହେଲେ ଟ୍ୟାକ୍ସି ପାଇଁ ପ୍ରାୟ ୧୦ ମିନିଟ୍‌ ଅପେକ୍ଷା କରିବା ପରେ ଟ୍ୟାକ୍ସି ଆସିନଥିଲା । ମହିଳାଙ୍କ ସହିତ ଥିବା ୯ ମାସର ଝିଅ ବାରମ୍ବାର କାନ୍ଦିବାରୁ ମହିଳା ଜଣକ ବାଧ୍ୟ ହୋଇ ବୁକିଂ କ୍ୟାନସଲ କରି ଏକ ଅଟୋ ଭଡାରେ ନେଇ ଚାଲିଯାଇଥିଲେ । ଏଥିପାଇଁ କ୍ୟାନସଲ ଫିଜ ୬୦ ଟଙ୍କା ମଧ୍ୟ ପଇଠ କରିଥିଲେ ।

ହେଲେ ଟ୍ୟାକ୍ସି ଡ୍ରାଇଭର ଜଣକ ଏଥିରେ କ୍ରୋଧାନ୍ଵିତ୍ୱ ହୋଇ ମହିଳାଙ୍କ ବୁକିଂ ନମ୍ବର ବାହାର କରି ହ୍ଵାଟ୍ସଆପରେ ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇଥିଲେ । ଖାଲି ସେତିକି ନୁହେଁ ମହିଳାଙ୍କୁ ବାରମ୍ବାର କଲ୍‌ କରି ମେସେଜ ଦେଖିବାକୁ କହିଥିଲେ ।

ମହିଳା ଜଣକ ଏହି ଘଟଣାରେ କାନ୍ଦି ପକାଇଥିଲେ । ସେହି ସମୟରେ ପାଖରେ ଥିବା ତାଙ୍କ ପଡୋଶୀ ମହିଳାଙ୍କ ଫୋନ ଚେକ୍‌ କରିବା ପରେ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ କେସ ଦାୟର କରି ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭରକୁ ଗିରଫ କରିଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.