Below header

କାକଟପୁରର ଏକାଧିକ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଉପରେ ଚଢଉ, ବାସି ଖାଦ୍ୟ ଜବତ କରାଯାଇଛି

କାକଟପୁରର ଏକାଧିକ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଉପରେ ଚଢଉ ବେଳେ ଅନେକ ବାସି ଖାଦ୍ୟ ନଷ୍ଟ କରାଯାଇଛି। ବିଭିନ୍ନ ହୋଟେଲରେ ପଚି ଯାଇଥିବା ଛତୁ ,ଫିମ୍ପି ମାରିଯାଇଥିବା ନୁଡୁଲସ ସହ ବାସି ଖାଦ୍ଯପଦାର୍ଥ ଜବତ ହୋଇଛି।

କାକଟପୁର(କେନ୍ୟୁଜ୍): ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଚଢଉ। କାକଟପୁର ପୋଲିସ ଏବଂ ପୁରୀ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ମିଳିତ ଭାବେ ଚଢାଉ କରିଛନ୍ତି। କାକଟପୁରର ଏକାଧିକ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଉପରେ ଚଢଉ ବେଳେ ଅନେକ ବାସି ଖାଦ୍ୟ ନଷ୍ଟ କରାଯାଇଛି। ବିଭିନ୍ନ ହୋଟେଲରେ ପଚି ଯାଇଥିବା ଛତୁ ,ଫିମ୍ପି ମାରିଯାଇଥିବା ନୁଡୁଲସ ସହ ବାସି ଖାଦ୍ଯପଦାର୍ଥ ଜବତ ହୋଇଛି।

ହୋଟେଲ ଫ୍ରିଜରରେ ରହିଥିବା ବାସି ଓ ନଷ୍ଟ ହୋଇଯାଇଥିବା ଖାଦ୍ୟକୁ ମଧ୍ୟ ଜବତ କରାଯାଇଛି। ଅନେକ ହୋଟେଲରୁ ଖାଦ୍ୟରେ ମିଶୁଥିବା କେମିକାଲ, ଖାଦ୍ୟ ଅନୁପଯୋଗୀ ରଙ୍ଗ, ନିମ୍ନମାନର ଟମାଟୋ ସସ,ଚିଲି ସସ ଆଦି ଜବତ କରାଯାଇଥିଲା। ବହୁ ହୋଟେଲ ପରିଷ୍କାର ପରିଚ୍ଛନତା ନ ଥିବା ମଧ୍ୟ ଦେଖିବାକୁ ମିଳିଛି। ଜବତ ବାସିଖାଦ୍ଯକୁ ସର୍ଫ ପକାଯାଇ ନଷ୍ଟ କରାଯାଇ ବାହାରେ ଫିଙ୍ଗା ଦିଆଯାଇଛି। ଆଗକୁ ଦଶହରା ଆସୁଥିବାରୁ ଏହା ପୂର୍ବରୁ ବଡ଼ ଧରଣର ଚଢଉ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.