ଟ୍ରେନ୍‌ ଦାମରେ ବୁକ୍‌ କରନ୍ତୁ ଫ୍ଲାଇଟ୍‌ ଟିକେଟ୍‌, ଜଲଦି ଉଠାନ୍ତୁ ଅଫରର ଫାଇଦା

ଏୟାର ଇଣ୍ଡିଆ ଆପଣ ମାନଙ୍କ ପାଇଁ ଆଣିଛି ଏକ ନୂଆ ଅଫର । ଯେଊଁଥିରେ ଆପଣଙ୍କୁ ମିଳିବ ଶସ୍ତା ଟିକେଟ । ଆଉ ଏହି ଶସ୍ତା ଟିକେଟରେ ଆପଣ ୟୁରୋପ ଫ୍ରାନ୍ସ ଲଣ୍ଡନ ଏବଂ ଆହୁରି ଅନେକ ଦେଶ ବୁଲି ପାରିବେ ତାହା ପୁଣି ବହୁତ କମ୍‌ ଟଙ୍କାରେ ।ଏୟାର ଇଣ୍ଡିଆ ଆପଣ ମାନଙ୍କ ପାଇଁ ଆଣିଛି ଏକ ନୂଆ ଅଫର । ଯେଊଁଥିରେ ଆପଣଙ୍କୁ ମିଳିବ ଶସ୍ତା ଟିକେଟ । ଆଉ ଏହି ଶସ୍ତା ଟିକେଟରେ ଆପଣ ୟୁରୋପ ଫ୍ରାନ୍ସ ଲଣ୍ଡନ ଏବଂ ଆହୁରି ଅନେକ ଦେଶ ବୁଲି ପାରିବେ ତାହା ପୁଣି ବହୁତ କମ୍‌ ଟଙ୍କାରେ ।

ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, ଏୟାର ଇଣ୍ଡିଆ ଆପଣ ମାନଙ୍କ ପାଇଁ ଆଣିଛି ଏକ ନୂଆ ଅଫର । ଯେଊଁଥିରେ ଆପଣଙ୍କୁ ମିଳିବ ଶସ୍ତା ଟିକେଟ । ଆଉ ଏହି ଶସ୍ତା ଟିକେଟରେ ଆପଣ ୟୁରୋପ ଫ୍ରାନ୍ସ ଲଣ୍ଡନ ଏବଂ ଆହୁରି ଅନେକ ଦେଶ ବୁଲି ପାରିବେ ତାହା ପୁଣି ବହୁତ କମ୍‌ ଟଙ୍କାରେ । ଏୟାର ଇଣ୍ଡିଆର ଏହି ଅଫର୍‌ ଦ୍ୱାରା ଆପଣ କରିପାରିବେ ଇଣ୍ଟରନ୍ୟାସନାଲ ଟୁର । ହଁ ଆଜ୍ଞା ଯଦି ଆପଣ ଭାରତ ବାହାରେ କେଉଁଠିକୁ ବୁଲିବାକୁ ଚାହୁଁଛନ୍ତି କିମ୍ବା ପ୍ଲାନ କରୁଛନ୍ତି ତାହେଲେ ଏହି ଅଫର ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏଥିରେ ଆପଣଙ୍କୁ ଆପଣଙ୍କ କଳ୍ପନା ବାହାରେ ଶସ୍ତା ଦାମରେ ମିିଳିବ ଟିକେଟ୍‌ ।

ବର୍ତ୍ତମାନ ପୁଣି ଥରେ ଏୟାର ଇଣ୍ଡିଆ ଧମାକେଦାର ଅଫର ଲଞ୍ଚ କରିଛି, ଯେଉଁଥିରେ ବାହାର ଦେଶ ବୁଲିବା ପାଇଁ ଶସ୍ତା ଟିକେଟ୍ସର ଫାଇଦା ଉଠାଇପାରିବେ । ଏୟାର ଇଣ୍ଡିଆ ଏହି ଲିମିଟେଡ ପିରିୟଡ୍‌ ସେଲର ଘୋଷଣା କରିଛି । ଏହି ଅଫର ସାହାଯ୍ୟରେ ଆପଣ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ) ସମେତ ୟୁରୋପର ଖାସ୍‌ ସହରେ ବୁଲି ପାରିବେ । ଏୟାର ଇଣ୍ଡିଆ ଏହି ସହର ପାଇଁ ଭାରତରୁ ବୁକ୍‌ ହେଉଥିବା ସ୍ପେଶାଲ ଅଫର୍ସର ଘୋଷଣା କରିଛି ।

ଏୟାର ଇଣ୍ଡିଆ କୋପନହେଗେନ, ଲଣ୍ଡନ୍‌ ହିଥ୍ରୋ (ୟୁକେ), ମିଲାନ୍‌ (ଇଟାଲୀ), ପ୍ୟାରିସ (ଫ୍ରାନ୍ସ) ଏବଂ ଭିଏନା (ଅଷ୍ଟ୍ରିୟା ପାଇଁ ନନଷ୍ଟପ୍‌ ଫ୍ଲାଇଟର ଘୋଷଣା କରିଛି । ଭାରତରୁ ଏହି ସବୁ ସ୍ଥାନକୁ ରାଉଣ୍ଡ ଟ୍ରିପ୍‌ କରିବା ପାଇଁ ଆପଣଙ୍କୁ ପଡିବ ମାତ୍ର ୪୦,୦୦୦ ଟଙ୍କା । ଏବଂ ଓ୍ଵାନ୍‌ –େଓ୍ଵ ପାଇଁ ୨୫୦୦୦ ଟଙ୍କା ଖର୍ଚ୍ଚ କରିବାକୁୁ ପଡିବ ।

ଅକ୍ଟୋବର ୧୧ ରୁ ୧୪ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ଏହି ଶସ୍ତା ଟିକେଟର ଅଫର ଚାଲୁ ରହିଛି ଏବଂ ଟ୍ରାଭେଲର୍ସ ୧୫ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏହି ଅଫର ଆଧାରରେ ଯାତ୍ରା କରିପାରିବେ ।

ଏୟାର ଇଣ୍ଡିଆର ଏହି ସେଲ୍‌ ସମସ୍ତ ଚ୍ୟାନେଲ୍ସରେ ଓପନ ରହିଛି, ଯେମିତିକି ଏୟାର ଇଣ୍ଡିଆର େଓ୍ଵବସାଇଟ, ଆଇଓଏସ ଏବଂ ଆଣ୍ଡ୍ରଏଡ ମୋବାଇଲ ଆପ୍ସ ସହିତ ଅଥରାଇଜଡ ଟ୍ରାଭେଲ ଏଜେଣ୍ଟସ ଜରିଆରେ ଆପଣ ଏହି ଟିକେଟ ବୁକ୍‌ କରିପାରିବେ । ସେଲରେ ଆପଣଙ୍କୁ ବଛା ବଛା ସ୍ଥାନକୁ ଯିବା ପାଇଁ ଅପ୍ସନ ରହିଛି । ଏୟାରଲାଇନ୍‌ ମୁତାବକ ଏହି ସେଲରେ ଉପଲବ୍ଧ ସିଟ୍‌ ଲିମିଟେଡ ରହିଛି ଏଥିପାଇଁ ଫାଷ୍ଟ କମ୍‌ ଫାଷ୍ଟ ସର୍ଭଡ ଆଧାରରେ ୟୁଜର୍ସ ଟିକେଟ୍‌ ବୁକ୍‌ କରିପାରିବେ ।

ତେବେ କହିରଖିବାକୁ ଚାହିଁବୁ ଯେ ବର୍ତ୍ତମାନ ଏୟାର ଇଣ୍ଡିଆ ଦିଲ୍ଲୀ ଏବଂ ମୁମ୍ବାଇରୁ ୟୁରୋପର ଏହି ୫ ସହର ପାଇଁ ପ୍ରତି ସପ୍ତାହ ଏୟାର ଇଣ୍ଡିଆନ୍‌ ନନଷ୍ଟପ୍‌ ଫ୍‌ଲାଇଟ୍ସ ଚଲାଉଛି । ଯଦିଓ ଆପଣଙ୍କୁ ଗୋଟେ କଥାକୁ ଧ୍ୟାନରେ ରଖିବାକୁ ହେବ ଯେ ଅଲଗା ଅଲଗା ସହରରେ ଏକ୍ସଚେଞ୍ଜ ରେଟ ଏବଂ ଟ୍ୟାକ୍ସ ଦର ଭିନ୍ନ ଭିନ୍ନ ହୋଇଥିବା କାରଣରୁ ଏୟାର ଇଣ୍ଡିଆର ଏହି ଶସ୍ତା ଟିକେଟ୍ସର ରେଟ୍‌ ସାମାନ୍ୟ ଅଲଗା ଆସିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.