ବଲୁଚିସ୍ତାନରେ ଆତଙ୍କ, ୬ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ବନ୍ଧୁକଧାରୀ

ବଲୁଚିସ୍ତାନରେ ଆତଙ୍କ। ଏଠାରେ କାର୍ଯ୍ୟରତ ୬ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ବନ୍ଧୁକଧାରୀ। ବଲୁଚିସ୍ତାନର ଶ୍ରମିକ ଏବଂ ନାଗରିକମାନଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି ଅଜଣା ବନ୍ଧୁକଧାରୀ। ଏବେ ପୁଣିଥରେ ସେମାନେ କିଛି ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି। ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବଲୁଚିସ୍ତାନ ପ୍ରଦେଶରେ ବନ୍ଧୁକଧାରୀମାନେ ୬ ଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ପାକିସ୍ତାନ ପୋଲିସ ଶନିବାର ଏହି ସୂଚନା ଦେଇଛି। ହତ୍ୟା କରିବା ପରେ ବନ୍ଧୁକଧାରୀମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଘଟଣା ପରଠାରୁ ସମଗ୍ର ଅଞ୍ଚଳରେ ଆତଙ୍କର ବାତାବରଣ ରହିଛି।

ପୋଲିସ ଅଧିକାରୀ ହିଦାୟତୁଲ୍ଲା ଦସ୍ତି କହିଛନ୍ତି ଯେ ବନ୍ଧୁକଧାରୀମାନେ ରାଜଧାନୀ କ୍ୱେଟାଠାରୁ ପ୍ରାୟ ୬୦୬ କିଲୋମିଟର ଦକ୍ଷିଣରେ ଥିବା ତୁରବତ ସହରରେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ମଧ୍ୟରାତ୍ରିରେ ସେମାନେ ୮ ଜଣ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଆହତ ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ ଅଧିକାରୀ କହିଛନ୍ତି, ଶ୍ରମିକମାନେ ସହରରେ ନିର୍ମାଣାଧୀନ ଏକ ଘରୋଇ ନିର୍ମାଣ ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ। ଏ ପର୍ଯ୍ୟନ୍ତ କୌଣସି ବି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଘଟଣାର ତଦନ୍ତ କରାଯାଉଛି। ତେବେ ଆକ୍ରମଣକାରୀମାନେ କିଏ ଏବଂ ସେମାନେ କାହିଁକି ଶ୍ରମିକମାନଙ୍କୁ ଟାର୍ଗେଟ କରିଥିଲେ, ସେ ସମ୍ପର୍କରେ କୌଣସି ସୂଚନା ପୋଲିସକୁ ମିଳି ନାହିଁ।

ବଲୁଚିସ୍ତାନବାସୀଙ୍କୁ ଟାର୍ଗେଟ କରାଯିବାର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ବାର ବୋମା ବିସ୍ଫୋରଣ କରାଯାଇ ବଲୁଚିସ୍ତାନବାସୀଙ୍କ ଉପରେ ଆକ୍ରମଣ କରାଯାଇଛି। ବିଭିନ୍ନ ବିସ୍ଫୋରଣରେ ଶତାଧିକ ବଲୁଚିସ୍ତାନ ନାଗରିକଙ୍କ ମୃତ୍ୟୁ ଘଟିଛି।