Below header

କେମିତି ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ, ଦୁଇ ସପ୍ତାହ ଭିତରେ ହେବ ସ୍ପଷ୍ଟ

କେନ୍ୟୁଜ୍(ବ୍ୟୁରୋ):  କେମିତି ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ । ଏନେଇ ଦୁଇ ସପ୍ତାହ ଭିତରେ ସ୍ପଷ୍ଟ ହେବ । ବିଚାରବିମର୍ଶ ଜାରି ରହିଛି । ସୂଚନା ଦେଇଛନ୍ତି ସିବିଏସଇ ସମ୍ପାଦକ ଅନୁରାଗ ତ୍ରିପାଠୀ । ବିଶେଷଜ୍ଞ ବିଭିନ୍ନ ଦିଗକୁ ନେଇ ତର୍ଜମା କରୁଛନ୍ତି । କେମିତି ଓ କେଉଁ ପ୍ରକ୍ରିୟାରେ ମୂଲ୍ୟାୟନ କରାଯିବ ସେନେଇ ନିଷ୍ପତ୍ତି ହେବ ବୋଲି ସିବିଏସଇ କର୍ତ୍ତୃପକ୍ଷ କହିଛନ୍ତି । ନିର୍ଦ୍ଦିଷ୍ଟ ସମୟରେ, ସ୍ୱଚ୍ଛ ଭାବରେ ଉପଯୁକ୍ତ ମାନଦଣ୍ଡରେ ମୂଲ୍ୟାୟନ ଉପରେ ଗୁରୁତ୍ୱ ଦିଆଯିବ ।

ଗତ ୧ ତାରିଖରେ ଚଳିତବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏନେଇ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ପରେ ପରୀକ୍ଷା ବାତିଲ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ, ପିଲାଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ କୌଣସି ବୁଝାମଣା କରାଯିବନି । ସାମ୍ପ୍ରତିକ ପରିସ୍ଥିତିରେ ପରୀକ୍ଷା କରି ଛାତ୍ରଛାତ୍ରୀଙ୍କୁ ସଂକଟରେ ପକାଯିବ ନାହିଁ । ମୂଲ୍ୟାୟନରେ ଅସନ୍ତୋଷ ଛାତ୍ରଛାତ୍ରୀ ସ୍ଥିତି ସୁଧୁରିଲା ପରେ ପରୀକ୍ଷା ଦେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.