କରୋନାରୁ ସୁସ୍ଥ ପରେ ବଡ଼ ଲୋକଙ୍କ ସହ ଛୋଟ ପିଲା ହେଉଛନ୍ତି ଡାଇବେଟିସର ଶିକାର, ରିସର୍ଚ୍ଚରୁ ପ୍ରକାଶ

କରୋନା  ଭାଇରସକୁ ନେଇ ଏକ ନୂତନ ତଥ୍ୟ ସାମ୍ନାକୁ ଅ।।ସିଛି । ଏହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କରୋନା ଭାଇରସ କେବଳ ମଧୁମେହ ବା ଡାଇବେଟିସ ଲୋକଙ୍କ ପାଇଁ କ୍ଷତିକାରକ ନୁହେଁ ବରଂ ଏହା ଲୋକଙ୍କ ମଧ୍ୟରେ ଡାଇବେଟିସ ସମସ୍ୟା ମଧ୍ୟ ସୃଷ୍ଟି କରୁଛି ।ଏହାକୁ ନେଇ କେବଳ ବଡ଼ ଲୋକ ନୁହେଁ ବରଂ ଛୋଟ ପିଲା ମଧ୍ୟ ଆକ୍ରାନ୍ତ ହେଉଛନ୍ତି ।

ଏନେଇ ସୂଚନା ଦେଇଛନ୍ତି ଆମେରିକାର ଭେଟେରାନ୍ସ ଅଫେୟାର୍ସ ସେଣ୍ଟ ଲୁଇସ ହେଲ୍‌ଥ କେୟାର ସିଷ୍ଟମରେ ଥିବା କ୍ଲିନିକାଲ ଏପିଡୋମୋଲୋଜି ସେଣ୍ଟରର ନିର୍ଦ୍ଦେଶକ  ଜିୟାଦ ଅଲ- ଏଲି । ବିଶ୍ୱାସ ନକଲେ ବି ଏହା ସତ । ରିପୋର୍ଟ ଅନୁଯାୟୀ, SARS-CoV-2 ଭାଇରସ ପାନକ୍ରିୟାଜ ସହ ଇନସୁଲିନ ତିଆରି କରୁଥିବା ଗ୍ରନ୍ଥି ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହାଦ୍ୱାରା ମଧୁମେହର  ସମସ୍ୟା ଦେଖାଯାଏ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, କିଛି ପିଲାଙ୍କ ମଧ୍ୟରେ କରୋନା ଭାଇରସର ଅଳ୍ପ ଲକ୍ଷଣ ଦେଖାଗଲେ ସେମାନଙ୍କୁ ଡାଇବେଟିସ ହେବାର ସମ୍ଭାବନା ରହିଥାଏ ।

97264
pc: Police nama

ଏହି ଭାଇରସର ଆକ୍ରମଣରେ ପ୍ରଥମେ ଫୁସଫୁସ ଜନିତ ସମସ୍ୟା ଦେଖାଯାଏ । ଏହା କାରଣରୁ ନିଶ୍ୱାସ ନେବାରେ ଅସୁବିଧା  ହୁଏ । ଏହା ଶରୀରର ଅନେକ ଅଙ୍ଗକୁ ପ୍ରଭାବିତ କରିଥାଏ । ଯାହାଦ୍ୱାରା ଶାରୀରିକ ପ୍ରକ୍ରିୟାରେ ବାଧା ପ୍ରାପ୍ତ ହୁଏ । ରିପୋର୍ଟ ଅନୁଯାୟୀ, କୋଭିଡରୁ ସୁସ୍ଥ ହେବାର ୬ ମାସ ପରେ ୩୯% ଲୋକ ଡାଇବେଟିସ ରୋଗରେ ପିଡ଼ୀତ ହେବାର ରିପୋର୍ଟ ସାମ୍ନାକୁ ଆସିଛି ।  ଏହାର ପ୍ରଭାବ ପିଲାଙ୍କ ମଧ୍ୟରେ ଏବେ ଦେଖିବାକୁ ମିଳୁଛି । ତେଣୁ ଏଥିପାଇଁ ସତର୍କ ରହି ଉଚିତ ଚିକିତ୍ସା କରିବାର ଆବଶ୍ୟକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.