Below header

କରୋନା ଟିକା ନେବାକୁ କି ଭୟ ! ଦେଖନ୍ତୁ କିପରି ଭ୍ୟାକସିନ୍‌ ନନେବା ପାଇଁ ଡ୍ରମ ପଛରେ ଲୁଚିଲେ ବୃଦ୍ଧା

କରୋନା ଭ୍ୟାକସିନକୁ ନେଇ ବିଭିନ୍ନ ଲୋକଙ୍କ ମନରେ ଭିନ୍ନ ଭିନ୍ନ ମତ ରହିଛି। ବିଶେଷ କରି ଗ୍ରାମାଞ୍ଚଳରେ କରୋନା ଭ୍ୟାକସିନକୁ ନେଇ ଏବେ ବି ଭୟ ରହିଛି। ଲୋକେ ଟିକା ନେବାକୁ ପ୍ରାୟତଃ ଅମଙ୍ଗ ହେଉଛନ୍ତି। ବିଶେଷ କରି ବୃଦ୍ଧ ଲୋକମାନେ କରୋନା ଟିକା ନେବାକୁ ଭୟ କରୁଛନ୍ତି।

ଉତ୍ତରପ୍ରଦେଶର ଇଟାଓ୍ବାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଘରେ ଘରେ ଟିକାକରଣ ଅଭିଯାନ ଚାଲିଛି। ଏହି ସମୟରେ ଜଣେ ବୃଦ୍ଧା ଟିକା ନନେବାକୁ ନିଜ ଘରେ ଥିବା ଏକ ଡ୍ରମ୍‌ ପଛ ପଟେ ଲୁଚି ଯାଉଥିବାର ଭିଡିଓ ଦେଖିବାକୁ ମିଳୁଛି। ଏହି ଭିଡିଓ ବହୁତ ମଜାଦାର ହୋଇଛି।

ଭିଡିଓରେ ଆପଣ ଦେଖିବାକୁ ପାରୁଥିବେ ଯେ ଜଣେ ବୃଦ୍ଧା କେମିତି ଟିକା ଭୟରେ ଡ୍ରମ ପଛପଟେ ଲୁଚିଯାଉଛନ୍ତି। ସ୍ବାସ୍ଥ୍ୟ କର୍ମୀ ଏବଂ ପରିବାର ଲୋକେ ତାଙ୍କୁ ବାହାରକୁ ଆଣିବାକୁ ବୁଝାସୁଝା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏମିତିକି ନିଜେ ନର୍ସ ମଧ୍ୟ ଘର ଭିତରକୁ ଯାଇ ବୁଝାଇ ବାହାରକୁ ଆଣୁଛନ୍ତି। ବାହାରକୁ ଆସିବା ପରେ ବୃଦ୍ଧା ବାରମ୍ବାର ନା ନା ବୋଲି କହୁଛନ୍ତି।

ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକେ ଏହି ମଜାଦାର ଭିଡିଓକୁ ବହୁତ ପସନ୍ଦ କରିବା ସହିତ ସେୟାର ମଧ୍ୟ କରୁଛନ୍ତି। ଆପଣ ବି ଦେଖନ୍ତୁ ଏହି ମଜାଦାର ଭିଡିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.