ଏଣିକି ସାତ ବର୍ଷ ନୁହେଁ ଲାଇଫଟାଇମ୍‌ ବୈଧ ରହିବ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-TET ଉତ୍ତୀର୍ଣ୍ଣ ପ୍ରମାଣପତ୍ର

କେନ୍ୟୁଜ୍(ବ୍ୟୁରୋ):  ଏଣିକି ସାତ ବର୍ଷ ନୁହେଁ ଲାଇଫଟାଇମ୍‌ ବୈଧ ରହିବ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-TET ଉତ୍ତୀର୍ଣ୍ଣ ପ୍ରମାଣପତ୍ର । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଘୋଷଣା କରିଛନ୍ତି । ୨୦୧୧ ମସିହାରୁ ଏହାକୁ ପିଛିଲା ଭାବେ ଲାଗୁ କରାଯିବ । ଏଭିତରେ ଯେଉଁ ପ୍ରାର୍ଥୀଙ୍କର ଟିଇଟି ଉତ୍ତୀର୍ଣ୍ଣ ପ୍ରମାଣପତ୍ର ଅବଧି ସରିଯାଇଛି ସେମାନଙ୍କ କ୍ଷେତ୍ରରେ ସାନି ଟିଇଟି ସାର୍ଟିଫିକେଟ ଜାରି ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ପଦକ୍ଷେପ ନେବେ ।

ଶିକ୍ଷାଦାନ କ୍ଷେତ୍ରରେ କ୍ୟାରିଅର କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁବିଧା ବୃଦ୍ଧିରେ ଏହା ସହାୟକ ହେବ । ବିଭିନ୍ନ ସ୍କୁଲରେ ଶିକ୍ଷକଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ଆଶାୟୀଙ୍କୁ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-TET ପାସ୍‌ କରିବା ନିହାତି ଜରୁରୀ । ଏନେଇ ନାସନାଲ କାଉନସିଲ ଫର୍‌ ଟିଚର୍ସ ଏଜୁକେସନ-NCTE ପକ୍ଷରୁ ୨୦୧୧ ମସିହା ଫେବ୍ରୁଆରି ୧୧ରେ ଗାଇଡଲାଇନ ଜାରି କରାଯାଇଥିଲା । ଟିଇଟି ପାସ୍‌ କରିବା ତାରିଖରୁ ପ୍ରମାଣପତ୍ର ସାତ ବର୍ଷ ଯାଏ ବୈଧ ରହିବ ବୋଲି ବ୍ୟବସ୍ଥା ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.