Below header

ଜ୍ୱର, ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ପାଇଁ ବ୍ୟବହାର ହେଉଥିବା ୧୪ ପ୍ରକାର ଔଷଧ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

କେନ୍ଦ୍ର ସରକାର ସଙ୍ଗେ ସଙ୍ଗେ ଆରାମ ଦେଉଥିବା ୧୪ଟି ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (ଏଫଡିସି) ମେଡିସିନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଜ୍ୱର, ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ପାଇଁ ବ୍ୟବହାର ହେଉଥିବା ଔଷଧ ମଧ୍ୟ ସାମିଲ । ପାରାସିଟାମଲ ମଧ୍ୟ ଏଥିରେ ସାମିଲ ।

କେନ୍ଦ୍ର ସରକାର ସଙ୍ଗେ ସଙ୍ଗେ ଆରାମ ଦେଉଥିବା ୧୪ଟି ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (ଏଫଡିସି) ମେଡିସିନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ମେଡିସିନଗୁଡିକ ଆଉ ବଜାରରେ ବିକ୍ରି ହେବ ନାହିଁ । ପାରାସିଟାମୋଲ, ନିମେସୁଲାଇଡ୍‌ ଭଳି ପ୍ରଚୁର ମାତ୍ରାରେ ବିକ୍ରି ହେଉଥିବା ଔଷଧ ସାମିଲ ରହିଛି । ଏହି ଔଷଧ ତୁରନ୍ତ ଆରାମ ଦେଇଥାଏ କିନ୍ତୁ ଜୀବନ ପ୍ରତି ବିପଦ ରହିଥାଏ ।

ଏକ ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ କେନ୍ଦ୍ର ସରକାର ଏହି ମେଡିସିନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ମେଡିସିନଗୁଡ଼ିକ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇବ ବୋଲି ଆଶା କରାଯାଉଥିଲା ।

କେଉଁ ମେଡିସିନ ଉପରେ ଲାଗିଛି ପ୍ରତିବନ୍ଧକ :
• nimesulide + paracetamol
• Chlorpheniramine + Codeine Syrup
• pholcodine + promethazine
• amoxicillin + bromhexine
• Bromhexine + Dextromethorphan + Ammonium Chloride Menthol
• Paracetamol + Bromhexine Phenylephrine + Chlorpheniramine + Guaifenesin
• salbutamol + chlorpheniramine

ଏଫଡିସି ମେଡିସିନ କ’ଣ?

ଏଫଡିସିର ଅର୍ଥ ହେଉଛି ଫିକ୍ସଡ୍ ଡୋଜ୍ କମ୍ବିନେସନ୍ । ଏହି ମେଡିସିନଗୁଡିକ ଦୁଇ କିମ୍ବା ଅଧିକ ମେଡିସିନର ମିଶ୍ରଣରେ ହୋଇଥାଏ । ଏମାନଙ୍କୁ କକଟେଲ ମେଡିସିନ ମଧ୍ୟ କୁହାଯାଏ । ଏଭଳି ମିଶ୍ରଣ କରାଯିବା ଉଚିତ କି ନୁହେଁ, ସେନେଇ ବାରମ୍ବାର ଆଲୋଚନା ଚାଲିଛି । ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ଏଫଡିସି ମେଡିସିନର ପ୍ରଚୁରତା ଉପରେ ରୋକ୍ ଲଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.