ଟ୍ରେନ ଟିକେଟରେ ମିଳିଥାଏ ୧୦ ଲକ୍ଷ ଟଙ୍କା ଇନ୍ସୁରାନ୍ସ

ଆପଣ ବି ଟ୍ରେନ ଯାତ୍ରା କରୁଥିଲେ ଏପରି କରନ୍ତୁ ଟିକେଟ ବୁକିଂ, ଦୁର୍ଘଟଣାରେ ପ୍ରାଣ ହରାଇଲେ ମିଳିବ ୧୦ ଲକ୍ଷ ଟଙ୍କା ଇନ୍ସୁରାନ୍ସ , ଜାଣନ୍ତୁ IRCTC ର ନୂଆ ସୁବିଧା

ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଏବଂ ବାଙ୍ଗାଲୋର-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଗତ କାଲି ଶୁକ୍ରବାର ସନ୍ଧ୍ୟା ଓଡିଶାର ବାଲେଶ୍ୱର ବାହାନଗା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁଇ ଯାତ୍ରୀବାହୀ ଟ୍ରେନ୍ ଏବଂ ଏକ ମାଲବାହୀ ଟ୍ରେନ୍ ଏକାସାଙ୍ଗରେ ଧକ୍କା ହୋଇଥିଲା । ଓଡିଶାରେ ଏହି ଭୟଙ୍କର ଦୁର୍ଘଟଣାରେ ୨୬୧ ଜଣଙ୍କର ମୃତ୍ୟୁ ସୂଚନା ରହିଥିବା ବେଳେ ଏହା ସମୟକୁ ନେଇ ବଢିବାର ଆଶଙ୍କା ରହିଛି , ୧୦୦୦ ରୁ ଅଧିକ ଲୋକ ଏବେ ଯାଏ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ରେଳବାଇ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ଟ୍ରେନ୍ ଟିକେଟ୍ ଆପଣଙ୍କୁ ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଦେଇଥାଏ।

ଯଦି ଆପଣ ବି ଟ୍ରେନ ରେ ଯାତ୍ରା କରୁଥାନ୍ତି ତେବେ ଏସୁବିଧା ବିଷୟରେ ଜାଣି ନିଅନ୍ତୁ । ଅସୁବିଧା ସମୟରେ ଆପଣ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇପାରିବେ । ଯାତ୍ରୀମାନେ ଅନଲାଇନ୍ ଟ୍ରେନ୍ ଟିକେଟ୍ ବୁକିଂରେ ୧୦ ଲକ୍ଷ ଟଙ୍କା ବୀମା ପାଆନ୍ତି। ଯେତେବେଳେ ଆପଣ IRCTC ରୁ ଅନ୍ଲାଇନରେ ଟିକେଟ୍ ବୁକ୍ କରନ୍ତି, ଆପଣ ୧ ରୁ କମ୍ ଟ୍ରେନ୍ ଯାତ୍ରା ବୀମା ବିକଳ୍ପ ପାଇପାରିବେ। ଏହି ବୀମା ପାଇବାକୁ, ଟିକେଟ୍ ବୁକ୍ କରିବା ସମୟରେ ଆପଣଙ୍କୁ ବିକଳ୍ପ ବାଛିବାକୁ ପଡିବ। ଯଦି ଆପଣ ବୀମା ବିକଳ୍ପ ବାଛନ୍ତି ତେବେ କେବଳ ଆପଣ ଏହି ବୀମା ପାଇବାକୁ ହକଦାର ହେବେ।

ଏହି ବୀମା କଭର ଅଧୀନରେ ଯଦି ଜଣେ ଯାତ୍ରୀ ଭାରତୀୟ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରନ୍ତି କିମ୍ବା ସ୍ଥାୟୀ ଭାବରେ ଅକ୍ଷମ ହୁଅନ୍ତି, ତେବେ ତାଙ୍କୁ କିମ୍ବା ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବୀମା ରାଶି ଦିଆଯାଏ । ଯଦି ଯାତ୍ରୀ ଆଂଶିକ ଅକ୍ଷମ ହୁଅନ୍ତି ତେବେ ତାଙ୍କୁ ୭.୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ।ଅନ୍ୟପକ୍ଷରେ ଗୁରୁତର ଆହତ ହେଲେ ଯାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ, ଦୁର୍ଘଟଣାରେ ସାମାନ୍ୟ ଆହତ ହେଲେ ଯାତ୍ରୀଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିବ।

ଯଦି ଆପଣ IRCTC ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଟ୍ରେନ୍ ଟିକେଟ୍ ବୁକ୍ କରନ୍ତି, ତେବେ ଆପଣ ଏହି ବିକଳ୍ପ ପାଇବେ। ଏହି ସୁବିଧା କେବଳ ଭାରତୀୟ ନାଗରିକଙ୍କ ପାଇଁ ଉପଲବ୍ଧ।ଟିକେଟ୍ ବୁକିଂ କରିବାବେଳେ ତଳେ ବୀମା ଚୟନ କରିବାର ଏକ ବିକଳ୍ପ ଅଛି। ଆପଣ ଏହାକୁ ଟିକ୍ କରି ଚୟନ କରିପାରିବେ।ଏସବିଆଇ ଜେନେରାଲ ଇନସୁରାନ୍ସ କର୍ପୋରେସନ ଲିମିଟେଡ ଏବଂ ଲିବର୍ଟି ଜେନେରାଲ ଇନସୁରାନ୍ସ ଲିମିଟେଡ ଭାରତୀୟ ରେଳ ପକ୍ଷରୁ ଏହି ଯାତ୍ରା ବୀମା ଯୋଗାଉଛି।

ଏହି ବୀମା ଦାବି କରିବାକୁ ଆପଣ ୪ ମାସ ପର୍ଯ୍ୟନ୍ତ ସମୟ ନେଇପାରିବେ। ଆପଣ ବୀମା କମ୍ପାନୀର କାର୍ଯ୍ୟାଳୟକୁ ଯାଇ ବୀମା ପାଇଁ ଏକ ଦାବି ଦାଖଲ କରିପାରିବେ ଯାହାର ବୀମା ଆପଣ ଟିକେଟ୍ ସହିତ ପାଇଛନ୍ତି। ଏଠାରେ ଗୋଟିଏ ଜିନିଷ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବୀମା ଚୟନ କରିବା ପରେ ଆପଣଙ୍କୁ ନାମାଙ୍କନପତ୍ରର ନାମ ପୁରଣ କରିବାକୁ ପଡିବ। ଏହା ନାମାଙ୍କନ ପୂରଣ କରିବା ଦାବି ପ୍ରକ୍ରିୟାକୁ ସହଜ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.