Below header

କେନ୍ଦ୍ର ସରକରାଙ୍କ ଆର୍ଥିକ ସମୀକ୍ଷା ବୈଠକରେ ନିଷ୍ପତ୍ତି, ସ୍ଥିରତା ଲାଗି ଆସିବ ୫ସୁତ୍ରୀ ଫର୍ମୁଲା

ଦିଲ୍ଲୀ(କେନ୍ଯୁଜ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟଙ୍କା ଚିନ୍ତା। ଟଙ୍କାରେ ସ୍ଥିରତା ଲାଗି କେନ୍ଦ୍ର ସରକାର ଆଣିବେ ୫ସୂତ୍ରୀ ଫର୍ମୁଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ସମୀକ୍ଷା ବୈଠକ ଶେଷରେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାର ରପ୍ତାନୀ ବୃଦ୍ଧି ଉପରେ ଅଧିକ ଜୋର ଦେବା ସହ ଅଣଦରକାରୀ ସାମଗ୍ରୀ ଆମଦାନୀରେ କଟକଣା ଲାଗିବ। ତେବେ କେଉଁ ସବୁ ସାମଗ୍ରୀ ଗୁଡିକର ଆମଦାନୀ ଉପରେ କଟକଣା ଲାଗିବ  ତାହା ଜଣାପଡିନାହିଁ।

ArunJaitleyଅଶୋଧିତ ତୈଳ ଆମଦାନୀ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଭତ୍ତିଭୂମି ଋଣର ସର୍ତ୍ତ କୋହଳ କରିବା ଉପରେ ବିଚାର କରାଯିବ ବୋଲି ଜେଟ୍‌ଲୀ କହିଛନ୍ତି। ତେଲ ଦର ଲଗାତାର ବଢିଚାଲିଥିବାବେଳେ ଆମେରିକା ମୁଦ୍ରା ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ  ହ୍ରାସ ପାଉଛି । ଗତକାଲି କାରବାର ବନ୍ଦ ବେଳକୁ ଗୋଟିଏ ଡଲାରର ମୂଲ୍ୟ ୭୧ ଟଙ୍କା ୯୩ ପଇସା ହୋଇଥିଲା । ଏପରିକି ଥରେ ୭୨ ଟଙ୍କା ୯୧ ଟଙ୍କାରେ ପହଞ୍ଚିଥିଲା ବିନିମୟ ମୂଲ୍ୟ । ଏଥିପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦାୟୀ କରାଯାଉଛି । ଏହା ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.