ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ୱତନ୍ତ୍ର ଶ୍ରମିକ ଟ୍ରେନକୁ ଦିଆଯାଉ ଅନୁମତି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରବାସୀ ଶ୍ରମିକଙ୍କ ପାଇଁ ଚାଲୁଥିବା ଟ୍ରେନ୍‌କୁ ରାଜ୍ୟ ତରଫରୁ ଅନୁମତି ମିଳୁନଥିବା ନେଇ ଅମିତ ଶାହ ଚିଠିରେ ଉଲ୍ଲେଖ କରିଛନ୍ତି । ଅମିତ ଶାହ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କୁ ପଠାଇବା ପାଇଁ କେନ୍ଦ୍ର ବ୍ୟବସ୍ଥା କରୁଛି, ହେଲେ ପଶ୍ଚିମବଙ୍ଗ ସରକାର ଏଥିରେ ସହଯୋଗ କରୁନାହାନ୍ତି । ଶ୍ରମିକଙ୍କୁ ଟ୍ରେନ୍‌ରେ ଯିବା ପାଇଁ ଅନୁମତି ଦିଆଯାଉନାହିଁ । ଏହା ପଶ୍ଚିମବଙ୍ଗରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପ୍ରତି ଅନ୍ୟାୟ ବୋଲି କହିଛନ୍ତି ଶାହ । ଏପରି ହେଲେ ପଶ୍ଚିମଙ୍ଗରେ ରହୁଥିବା ଶ୍ରମିକଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିବ ବୋଲି ଅମିତ ଶାହ କହିଛନ୍ତି ।

କହି ରଖିବା ଉଚିତ ହେବକି, କିଛି ଦିନ ହେବ କେନ୍ଦ୍ର ସରକାର ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନେକ ମାମଲାକୁ ନେଇ ମତଭେଦ ଲାଗି ରହିଛି । ଦେଶର ଅନ୍ୟ ରାଜ୍ୟ ସରକାର ମାନେ ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବା ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରୁଥିବା ବେଳେ ପଶ୍ଚିମ ବଙ୍ଗ ସରକାରଙ୍କ ତରଫରୁ କିନ୍ତୁ ସେପରି କୌଣସି ବ୍ୟବସ୍ଥା କରାଯାଉ ନାହିଁ | ଏମିତିକି ସେଠାକାର ସରକାର ପ୍ରବାସୀ ଶ୍ରମିକ ଟ୍ରେନକୁ ନିଜ ରାଜ୍ୟରେ ପଶିବାକୁ ଅନୁମତି ଦେଉନଥିବା ନେଇ ଅଭିଯୋଗ ହୋଇ ଆସୁଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.