ପାର୍ବଣ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ: ସତର୍କ ରହିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ପାର୍ବଣ ପାଇଁ ସତର୍କ ରୁହ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ରର ନିର୍ଦ୍ଦେଶ। ପାର୍ବଣ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ପାର୍ବଣ ଋତୁ ସମୟରେ କରୋନା ମାମଲା ବଢିବାର ଆଶଙ୍କା ରହିଛି। ତେଣୁ କଟକଣାକୁ କଡାକଡି କରାଯାଉ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି SOP ରାଜ୍ୟ ପାଳନ କରୁ। ପଜିଟିଭିଟି ୫%ରୁ ଅଧିକ ଥିବା ଅଞ୍ଚଳରେ ସମସ୍ତ ପ୍ରକାର ଗହଳିକୁ ବାରଣ କରାଯାଉ। ପାର୍ବଣ ବେଳେ ରାଜ୍ୟ ସରକାର ପରିସ୍ଥିତି ଦେଖି ଆଗୁଆ ନିର୍ଦ୍ଦେଶ ଦେବେ। ମଲ୍‌ ଓ ବଜାର ଖୋଲିବା ନେଇ ୨୦୨୦ ନଭେମ୍ବର ୩୦ ଗାଇଡଲାଇନ ମାନନ୍ତୁ । ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌, ଟିକାକରଣ ଓ କୋଭିଡ କଟକଣା ପାଳନ ନିତାନ୍ତ ଜରୁରୀ। ଟିକାକରଣରେ ୧୦୦ କୋଟି ମାଇଲଷ୍ଟୋନ ସତ୍ତ୍ୱେ ସଜାଗ ରହିବାକୁ ପଡିବ ବୋଲି ଚିଠିରେ କୁହାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.