Below header

ଐତିହାସିକ ମୁହୂର୍ତ୍ତକୁ ସାରା ଦେଶର ଅପେକ୍ଷା ; ଆଜି ଜହ୍ନରେ ଓହ୍ଲାଇବ ଲ୍ୟାଣ୍ଡର ବିକ୍ରମ

ଆଜି ଭାରତ ଓ ବିଶ୍ବ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଦିନ। ଜହ୍ନରେ ଓହ୍ଲାଇବ ଲ୍ୟାଣ୍ଡର ବିକ୍ରମ। ଆଉ ୧୧ ଘଣ୍ଟାରୁ କମ୍ ସମୟ। ଚନ୍ଦ୍ରରେ ନୂଆ ଇତିହାସ ସୃଷ୍ଟି କରିବ ଭାରତ।। ପରିବେଶ ଅନୁକୂଳ ଥିଲେ, ସଂଧ୍ୟା ୬ଟା ୪ରେ ଲ୍ୟାଣ୍ଡ କରିବ ବିକ୍ରମ। ୫ଟା ୪୫ରୁ ୬ଟା ୪, ପ୍ରାୟ ୨୦ ମିନିଟ୍ ଚନ୍ଦ୍ରଯାନ ପାଇଁ ବିପଦପୂର୍ଣ୍ଣ ସମୟ। ଯାହାକୁ ଟ୍ବେଣ୍ଟି ମିନିଟ୍ ଅଫ ଟେରର ବୋଲି କୁହାଯାଉଛି।

ନୂଆଦିଲ୍ଲୀ : ଆଜି ଭାରତ ଓ ବିଶ୍ବ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଦିନ। ଜହ୍ନରେ ଓହ୍ଲାଇବ ଲ୍ୟାଣ୍ଡର ବିକ୍ରମ। ଆଉ ୧୧ ଘଣ୍ଟାରୁ କମ୍ ସମୟ। ଚନ୍ଦ୍ରରେ ନୂଆ ଇତିହାସ ସୃଷ୍ଟି କରିବ ଭାରତ। ଅବତରଣ କରିବ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ। ସଂଧ୍ୟା ୫ ଟା ୪୫ରୁ ଆରମ୍ଭ ହେବ ପାୱାର ଡିସେଣ୍ଟ। ପ୍ରାୟ ୨୫ କି.ମି. ଉଚ୍ଚତାରୁ ତଳକୁ ଖସିବ ଲ୍ୟାଣ୍ଡର। ସେ ସମୟରେ ବିକ୍ରମର ବେଗ ପ୍ରତି ସେକେଣ୍ଡରେ ଥିବ ୧.୬୮ କି.ମି। ଅବତରଣ ସ୍ଥାନରୁ ପ୍ରାୟ ୭୪୫ କି.ମି ଦୂରରେ ଥିବ ଲ୍ୟାଣ୍ଡର। ଚନ୍ଦ୍ରର ଗୁରୁତ୍ୱାକର୍ଷଣ ବଳ ଲ୍ୟାଣ୍ଡରକୁ ଟାଣିବ, ତାକୁ ପ୍ରତିହତ କରିବାକୁ ୪ଟି ଥ୍ରଷ୍ଟ ଇଞ୍ଜିନ ରେଟ୍ରୋ ଫାୟର କରିବ।

ଚନ୍ଦ୍ର ପୃଷ୍ଠର ୨୫ କି.ମି ଉଚ୍ଚତାରୁ ଖସି ପର୍ଯ୍ୟାୟକ୍ରମେ ଚନ୍ଦ୍ର ପୃଷ୍ଠଠାରୁ ୧୫୦ ମିଟର ଉଚ୍ଚରେ ରହିବ। ସେତେବେଳକୁ ଭୂଲମ୍ବ ହୋଇ ସାରିଥିବା ଲ୍ୟାଣ୍ଡର ଏବଂ କିଛି ସମୟ ସ୍ଥିର ହୋଇ ଚନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କରିବ। ପରିବେଶ ଅନୁକୂଳ ଥିଲେ, ସଂଧ୍ୟା ୬ଟା ୪ରେ ଲ୍ୟାଣ୍ଡ କରିବ ବିକ୍ରମ। ୫ଟା ୪୫ରୁ ୬ଟା ୪, ପ୍ରାୟ ୨୦ ମିନିଟ୍ ଚନ୍ଦ୍ରଯାନ ପାଇଁ ବିପଦପୂର୍ଣ୍ଣ ସମୟ। ଯାହାକୁ ଟ୍ବେଣ୍ଟି ମିନିଟ୍ ଅଫ ଟେରର ବୋଲି କୁହାଯାଉଛି। ଚନ୍ଦ୍ରଯାନ ୨ରେ ଶେଷ ଅଢେଇ କିଲୋମିଟରରେ ତ୍ରୁଟି ଦେଖା ଦେଇଥିଲା। ଏଥର କିନ୍ତୁ ଇସ୍ରୋ ଦୃଢ଼ ଆଶାବାଦୀ ସଫଳ ଲ୍ୟାଣ୍ଡିଂ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.