Below header

୨୩ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ, ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ୍

ଏବେ ଚନ୍ଦ୍ରପୃଷ୍ଠକୁ ଆଉ ଦୂରତା ୨୫ କିଲୋମିଟର ରହିଲା । ଗତକାଲି ବିଳମ୍ବିତ ରାତିରେ ଦ୍ବିତୀୟ ତଥା ଶେଷ ଡି-ବୁଷ୍ଟିଂ ମାନ୍ୟୁଭର ଅପରେସନ୍ ସଫଳତାର ସହ ଶେଷ ହୋଇଛି । ନୂଆ କକ୍ଷପଥରେ ସ୍ଥାପିତ ହୋଇଛି ଲ୍ୟାଣ୍ଡର । ଏବେ ଚନ୍ଦ୍ରର ୨୫ କିଲୋମିଟର ଗୁଣନ ୧୩୪ କିଲୋମିଟର କକ୍ଷପଥରେ ପ୍ରବେଶ କରିଛି ବିକ୍ରମ ।

କେନ୍ୟୁଜ୍(ବ୍ୟୁରୋ): ମୁନ୍ ମିଶନକୁ ନେଇ ସାରା ଦେଶ ଉତ୍କଣ୍ଠିତ ହୋଇ ରହିଛି । ଲ୍ୟାଣ୍ଡିଂ ନେଇ ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ୍ । ମଝିରେ ରହିଲା ଆଉ ମାତ୍ର ୨ ଦିନ । ୨୩ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ । ଏବେ ଚନ୍ଦ୍ରପୃଷ୍ଠକୁ ଆଉ ଦୂରତା ୨୫ କିଲୋମିଟର ରହିଲା । ଗତକାଲି ବିଳମ୍ବିତ ରାତିରେ ଦ୍ବିତୀୟ ତଥା ଶେଷ ଡି-ବୁଷ୍ଟିଂ ମାନ୍ୟୁଭର ଅପରେସନ୍ ସଫଳତାର ସହ ଶେଷ ହୋଇଛି । ନୂଆ କକ୍ଷପଥରେ ସ୍ଥାପିତ ହୋଇଛି ଲ୍ୟାଣ୍ଡର । ଏବେ ଚନ୍ଦ୍ରର ୨୫ କିଲୋମିଟର ଗୁଣନ ୧୩୪ କିଲୋମିଟର କକ୍ଷପଥରେ ପ୍ରବେଶ କରିଛି ବିକ୍ରମ । ଏଥିସହ ଆରମ୍ଭ ହୋଇଛି ଲ୍ୟାଣ୍ଡିଂ ପ୍ରକ୍ରିୟା । ନିର୍ଦ୍ଦିଷ୍ଟ ଲ୍ୟାଣ୍ଡିଂ ସ୍ଥାନ ପାଇଁ ସୂର୍ଯ୍ୟୋଦୟକୁ ଅପେକ୍ଷା କରିବାକୁ ପଡ଼ିବ ।

ଏଯାଏ ଲ୍ୟାଣ୍ଡର ଠିକ୍ କାମ କରୁଛି । ସବୁ କିଛି ଠିକ ଠାକ ରହିଲେ ୨୩ ତାରିଖ ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୬ଟା ଭିତରେ ଅବତରଣ କରିବ ଚନ୍ଦ୍ରଯାନ । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର । ଲ୍ୟାଣ୍ଡିଂ ସଫଳ ହେଲେ ଚନ୍ଦ୍ର ପୃଷ୍ଠରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ଭାରତ ହେବ ବିଶ୍ବର ଚତୁର୍ଥ ରାଷ୍ଟ୍ର । ଚନ୍ଦ୍ରଯାନ-୩ ଉପରେ ସାରା ଦେଶ ଓ ବିଶ୍ବ ନଜର ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.