ବ୍ରାହ୍ମଣୀ ନଦୀରେ ଏକ ବିରାଟକାୟ କୁମ୍ଭୀର, ଆତଙ୍କିତ ଗାଁ ଲୋକ

ଗାଁର ୨ଜଣ ଯୁବକ ନଦୀ କୂଳରେ ବସି ମାଛ ମାରୁଥିଲେ । ହଠାତ୍ ଏକ କୁମ୍ଭୀର ପାଣିରେ ଭାସୁଥିବା ଦେଖି ଗ୍ରାମବାସୀଂକୁ ଜଣାଇଥିଲେ । ନଦୀକୁ ଲାଗି ବିଲ ମଧ୍ୟ ରହିଛି । ବ୍ରାହ୍ମଣୀ ନଦୀ ଉପରେ ବହୁ ଗାଁ ଲୋକ ବି ନିର୍ଭରଶୀଳ ।

ତାଳଚେର(କେନ୍ୟୁଜ୍): ନଦୀରେ କୁମ୍ଭୀର, ଆତଙ୍କିତ ଗାଁ ଲୋକ । ଅନୁଗୋଳ ଜିଲ୍ଲା ତାଳଚେର ସିରିଗଡ଼ା ଗାଁ ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀରେ ଏକ ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି । ଏହାପରେ ଆତଙ୍କିତ ହୋଇପଡଛନ୍ତି ଗାଁ ଲୋକ । ଗାଁର ୨ଜଣ ଯୁବକ ନଦୀ କୂଳରେ ବସି ମାଛ ମାରୁଥିଲେ । ହଠାତ୍ ଏକ କୁମ୍ଭୀର ପାଣିରେ ଭାସୁଥିବା ଦେଖି ଗ୍ରାମବାସୀଂକୁ ଜଣାଇଥିଲେ । ନଦୀକୁ ଲାଗି ବିଲ ମଧ୍ୟ ରହିଛି । ବ୍ରାହ୍ମଣୀ ନଦୀ ଉପରେ ବହୁ ଗାଁ ଲୋକ ବି ନିର୍ଭରଶୀଳ । ଏହି ଖବର ପରେ ବନବିଭାଗ ଓ ପୋଲିସ ପକ୍ଷରୁ ଡାକବାଜି ଦ୍ବାରା ଆଖପାଖ ୫ଟି ଗାଁର ଲୋକଙ୍କୁ ନଦୀକୁ ଯିବାକୁ ବାରଣ କରିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.