ଚଳନ୍ତା ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୩୦ ଜୀବନ୍ତ ଦଗ୍ଧ

ପାକିସ୍ତାନ ପଞ୍ଜାବ ପ୍ରାନ୍ତରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି । ପ୍ରାନ୍ତର ପିଣ୍ଡି ଭଟ୍ଟିୟା ସହରରେ ଏକ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ବସ୍‌ରେ ନିଆଁ ଲାଗିଯିବାରୁ ୨୦ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।

ଚାହୁଁ ଚାହୁଁ ଜଳିଗଲା ବସ୍‌ । ପାକିସ୍ତାନ ପଞ୍ଜାବ ପ୍ରାନ୍ତରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି । ପ୍ରାନ୍ତର ପିଣ୍ଡି ଭଟ୍ଟିୟା ସହରରେ ଏକ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ବସ୍‌ରେ ନିଆଁ ଲାଗିଯିବାରୁ ୩୦ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଶିକାର ହୋଇଥିବା ବସ୍‌ରେ ପାଖାପାଖି ୪୦ରୁ ଅଧିକ ଲୋକ ଯାତ୍ରା କରୁଥିବା ଜଣା ପଡ଼ିଛି । ବସ୍‌ ଜଳୁଥିବାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ନିଆଁ ବାହାରୁଥିବା ଦେଖାଯାଇଛି ।

ପୋଲିସ ଦେଇଥିବା ସୂଚନା ଅନୁସାରେ ଯେଉଁ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି, ତାହା ପାକିସ୍ତାନର ରାଜଧାନୀ ଇସଲାମବାଦରୁ କରାଚି ଅଭିମୁଖେ ଯାତ୍ରା କରୁଥିଲା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀଙ୍କ କହିବା ଅନୁସାରେ ଦୁର୍ଘଟଣା ସେହି ସମୟରେ ହୋଇଥିଲା ଯେଉଁ ସମୟରେ ବସ୍‌ଟି ପିଣ୍ଡି ଭଟ୍ଟିୟା ନିକଟରେ ପହଞ୍ଚିଥିଲା । ଏହି ସ୍ଥାନରେ ପହଞ୍ଚିବା ପରେ ବସ୍‌ରେ ହଠାତ ନିଆଁ ଲାଗିଯାଇଥିଲା । ବସରୁ ଭୟଙ୍କର ଭାବେ ନିଆଁ ବାହାରୁଥିବାର ମଧ୍ୟ ଦେଖାଯାଇଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ହୋଇଥିଲା ଯେ ସମ୍ପୂର୍ଣ୍ଣ ବସ୍‌ ଜଳି ଯାଇଥିଲା ।

ପୋଲିସ ଅଧିକାରୀଙ୍କ ତରଫରୁ ଘଟଣାର କାରଣ ମଧ୍ୟ ଜଣା ପଡ଼ିଛି । ପୋଲିସ କହିଛି ଯେ, ବସ୍‌ ଦ୍ରୁତଗତିରେ ଯାଉଥିବା ସମୟରେ ହଠାତ ଏକ ପିକଅପ୍‌ ସହ ଧକ୍କା ହୋଇଥିଲା । ଏହି ଭ୍ୟାନରେ ଅଧିକ ମାତ୍ରାରେ ଡିଜେଲ ଥିଲା । ଏହି କାରଣରୁ ଧକ୍କା ହେବା ପରେ ତୁରନ୍ତ ବସ୍‌ରେ ନିଆଁ ଲାଗିଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ । ଗୁରୁତର ହୋଇଥିବା ଅନ୍ୟ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା କାର୍ଯ୍ୟ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.