ସାରା ଦେଶରେ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି ଛଟ୍‌ ପୂଜା, ପରିବାରର ମଙ୍ଗଳ କାମନା କରି ପୂଜାର୍ଚ୍ଚନା

ସାରା ଦେଶରେ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି ଛଟ୍‌ ପୂଜା। ପରିବାରର ମଙ୍ଗଳ କାମନା କରି ଶ୍ରଦ୍ଧାଳୁମାନେ ବିଭିନ୍ନ ଜଳାଶୟରେ ଉଦୟ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପ୍ରଥମ ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଉଥିବାବେଳେ ଦ୍ୱିତୀୟ ଦିନ ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଡାଲାରେ ଲେମ୍ବୁ, ନଡିଆ, ଆଖୁ ଓ କଦଳୀ ଆଦି ରଖି ପୂଜାର୍ଚ୍ଚନା କରାଯାଇଥାଏ। ୪ ଦିନ ଧରି ଏହି ପୂଜା କରାଯାଇଥାଏ। କାର୍ତ୍ତିକ ଶୁକ୍ଲପକ୍ଷ ଚତୁର୍ଥୀରୁ ବ୍ରତ ଆରମ୍ଭ ହୋଇ ସପ୍ତମୀ ତିଥିରେ ଶେଷ ହୋଇଥାଏ।

 

Leave A Reply

Your email address will not be published.