Below header

ଗଙ୍ଗାନଦୀରେ ବନ୍ୟା, ତଥାପି ଭାସମାନ ଡଙ୍ଗାରେ ଚାଲିଛି ନିଶୁଳ୍କ କୋଚିଂ; ଶିକ୍ଷାଦାନ କରୁଛନ୍ତି ୩ ଯୁବକ

ଗଙ୍ଗାନଦୀରେ ଭାସୁଥିବା ଏକ ଡଙ୍ଗାରେ ଦେଖିବାକୁ ମିଳିଛି ପାଠଶାଳା। ଏଥିରୁ ବିହାରର ସୁଦୂର ଅଞ୍ଚଳରେ ଶିକ୍ଷାକୁ ନେଇ ଲୋକେ କେତେ ସଜାଗ ରହିଛନ୍ତି, ତାହା ପ୍ରମାଣିତ ହୋଇଛି। କଟିହାର ଜିଲା ମନିହାରୀ ଅନୁମଣ୍ଡଳର କେତେକ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଗଙ୍ଗାନଦୀ ବନ୍ୟାରେ ପ୍ରଭାବିତ ହୋଇଛି। ଦୂର ଦୂର ପର୍ଯ୍ୟନ୍ତ କେବଳ ପାଣିର ଦୃଶ୍ୟ ହିଁ ନଜର ଆସୁଛି। କାଲି ଯେଉଁଠି ଲୋକେ ଜୀବନଯାପନ କରୁଥିଲେ ଏବଂ ପିଲାଙ୍କ କୋଚିଂ କ୍ଲାସ୍‌ ଚାଲଥିଲା, ସେହି ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି।

ଏମିତି ସ୍ଥିତିରେ ମଧ୍ୟ ଗାଁରେ ନିଶୁଳ୍କ କୋଚିଂ ଚଳାଉଥିବା ୩ ଯୁବକ କୁନ୍ଦନ, ପଙ୍କଜ ଓ ରବିନ୍ଦ୍ର ଶିକ୍ଷାଦାନରୁ ବିଚ୍ୟୁତ ହୋଇ ନାହାନ୍ତି। ମନିହାରୀ ମାରାଲାଣ୍ଡ ବସ୍ତିର ପିଲାମାନଙ୍କୁ ଗଙ୍ଗାନଦୀର ବନ୍ୟାଜଳରେ ହିଁ ଭାସମାନ ଡଙ୍ଗାରେ ଶିକ୍ଷାଦାନ କରିବା ଆରମ୍ଭ କରିଛନ୍ତି। ପିଲାଙ୍କୁ ପାଠ ପଢ଼ାଉଥିବା ୩ ଯୁବକଙ୍କ କହିବା ହେଲା, ସେମାନେ ସ୍ଥାନୀୟ ଅଞ୍ଚଳର ଏବଂ ବିଗତ କିଛି ବର୍ଷ ହେବ ପିଲାଙ୍କୁ ନିଶୁଳ୍କ ଶିକ୍ଷା ଦେଇ ଆସୁଛନ୍ତି। ଏବେ ବନ୍ୟା ପରିସ୍ଥିତିରେ ବି ସେମାନେ ଡଙ୍ଗାରେ ଶିକ୍ଷାର ବତୀ ଜଳାଇ ରଖିବାକୁ ଚାହୁଁଛନ୍ତି।

ସେପଟେ ଗଙ୍ଗାରେ ଭାସୁଥିବା ଏହି ନିଆରା ପାଠଶାଳାରେ ପଢ଼ିବାକୁ ଛାତ୍ରଛାତ୍ରୀ ଆଗ୍ରହ ଦେଖାଇଛନ୍ତି। ଏହି ଛାତ୍ରଛାତ୍ରୀ କହିଛନ୍ତି, ଏବେ ପୂରା ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏମିତି ସ୍ଥିତିରେ ଡଙ୍ଗା ହିଁ ଏକମାତ୍ର ସୁରକ୍ଷିତ ଜାଗା। ଆମ ସମସ୍ତଙ୍କୁ ଡଙ୍ଗାରେ ବସି ପଢ଼ିବାରେ କୌଣସି ସମସ୍ୟା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.