Below header

କ୍ଷମତା ଦଖଲ ନେଇ ତାଲିବାନରେ ଫାଟ, ଗୁଳିମାଡ଼ରେ କୋ-ଫାଉଣ୍ଡର ମୁଲ୍ଲା ବରାଦର ଗୁରୁତର

ଆଫଗାନିସ୍ତାନ ଉପରେ କବଜା କରିଥିବା ତାଲିବାନ ଭିତରେ ଗୃହଯୁଦ୍ଧ। ତାଲିବାନ ସଂଗଠନ ମଧ୍ୟରେ ଫାଟ । ତାଲିବାନ-ହକ୍କାନୀ ନେଟଓ୍ଵର୍କ ମଧ୍ୟରେ ସଂଘର୍ଷ ହୋଇଛି। ଫଳରେ ଗୁଳିମାଡରେ ତାଲିବାନ କୋ-ଫାଉଣ୍ଡର ମୁଲ୍ଲା ବରାଦର ଆହତ ହୋଇଥିବା ସୂଚନା ମିଳିଛି । ସରକାର ଗଠନକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିବା ଜଣାପଡିଛି। ଏଥିରେ ବରାଦରଙ୍କୁ ଟାର୍ଗେଟ କରାଯାଇଥିଲା।

ହକ୍କାନୀ ନେଟଓ୍ଵର୍କ ପ୍ରତିରକ୍ଷା ମନ୍ତ୍ରୀ ସହ ଅନ୍ୟ କିଛି ପଦ ଚାହୁଁଛି । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା କୁହାଯାଉଛି । ପାକିସ୍ତାନ ଚାହୁଁଛି, ହକ୍କାନୀ ନେଟଓ୍ଵର୍କକୁ ଅଧିକ କ୍ଷମତା ଦିଆଯାଉ। ଆଫଗାନିସ୍ତାନ ଉପରେ ତାଲିବାନ କବଜାକୁ ଦୁଇ ସପ୍ତାହରୁ ଅଧିକ ହୋଇସାରିଥିଲେ ମଧ୍ୟ କିଏ ଶାସନ ମୁଖ୍ୟ ହେବ ତାକୁ ନେଇ କିଛି ନିଷ୍ପତ୍ତି ହୋଇପାରିନି। କିଏ କ୍ଷମତାର ମଙ୍ଗ ଧରିବ ତାକୁ ନେଇ ପାକିସ୍ତାନ ସମର୍ଥତ ହକ୍କାନୀ ନେଟଓ୍ଵର୍କ ଓ ତାଲିବାନ ନେତୃତ୍ୱ ମଧ୍ୟରେ ସଂଘର୍ଷ ହୋଇଥିବା ଖବର ଆସୁଛି। ତାଲିବାନର ସହ ପ୍ରତିଷ୍ଠାତା ହେଉଛନ୍ତି ଅବଦୁଲ ଗନି ବରାଦର । ଅନ୍ୟପଟେ ଗୁଳିମାଡ଼ ପରେ ବରାଦର ପାକିସ୍ତାନର ଏକ ହସପିଟାଲରେ ଚିକିତ୍ସା ହେଉଥିବା ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ସୂଚାନଯୋଗ୍ୟ ଯେ ଏବେ ପଞ୍ଜଶୀରରେ ଚାଲିଥିବା ଘମାଘୋଟ ଲଢ଼େଇରେ ତାଲିବାନ୍‌ର ସାଥ୍‌ ଦେଉଛନ୍ତି ଉଭୟ ପାକିସ୍ତାନ ଓ ଆତଙ୍କବାଦୀ ସଂଗଠନ ଅଲକାଏଦା। ପଞ୍ଜଶୀର ଘାଟିରେ ଚାଲିଥିବା ଆକ୍ରମଣରେ ଅଲକାଏଦା ଓ ପାକିସ୍ତାନୀମାନେ ସାହାଯ୍ୟ କରୁଥିବା ନେଇ ନେତା ଅହମ୍ମଦ ମସୁଦ ଦାବି କରିଛନ୍ତି। ପଞ୍ଜଶୀରରେ ଆକ୍ରମଣ ବେଳେ ତାଲିବାନ ସହ ପାକ୍‌ ସୈନ୍ୟ ଉପସ୍ଥିତ ଥିବାର ପ୍ରମାଣ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.