ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ସିଦ୍ଧାର୍ଥ ଶୁକ୍ଳା ଓ ଶେହନାଜ ଗିଲ୍‌, ହୋଟେଲ ବି ହୋଇସାରିଥିଲା ବୁକ୍‌

ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଏଭଳି ଅଚାନକ ମୃତ୍ୟୁ ପରେ ସାରା ସିନେ ଜଗତକୁ ଝଟ୍‌କା ଲାଗିଛି। ସବୁଠୁ ଅଧିକ ଦୋହଲିଯାଇଛନ୍ତି ସିଦ୍ଧାର୍ଥଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ଶେହନାଜ ଗିଲ୍‌। ତେବେ ବର୍ତ୍ତମାନ ସାମ୍ନାକୁ ଆସିଥିବା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। କୁହାଯାଉଛି ଯେ ଚଳିତବର୍ଷ ଡିସେମ୍ବରରେ ସିଦ୍ଧାର୍ଥ ଓ ଶେହନାଜଙ୍କ ବିବାହ ହେବାକୁ ସ୍ଥିର ହୋଇଥିଲା। ରିପୋର୍ଟ ମୁତାବକ, ଉଭୟଙ୍କର ନିର୍ବନ୍ଧ ବି ସରିଯାଇଥିଲା ଓ ସିଦ୍ଧନାଜ୍‌ ବାହାଘର ପ୍ରସ୍ତୁତିରେ ଲାଗିପଡ଼ିଥିଲେ।

 

View this post on Instagram

 

A post shared by Shehnaaz Gill (@shehnaazgill)

ମିଳିଥିବା ସୂଚନା ମୁତାବକ, ସିଦ୍ଧନାଜ ବିବାହ କରିବାକୁ ଚାହୁଁଛନ୍ତି ବୋଲି ନିଜ ନିଜ ପରିବାରକୁ ବି ଅବଗତ କରାଇଥିଲେ। ଏଥିପାଇଁ ପରିବାର ପକ୍ଷରୁ ସହମତି ମିଳିସାରିଥିଲା। ଏଣୁ ବାହାଘର ପ୍ରସ୍ତୁତିରେ ଲାଗିପଡ଼ିଥିଲେ ଏହି ପ୍ରେମୀଯୁଗଳ। ସିଦ୍ଧାର୍ଥ ଶେହନାଜଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି କେବଳ ତାଙ୍କ ପରିବାର ଓ ନିକଟତମ ବନ୍ଧୁ ହିଁ ଜାଣିଥିଲେ।

 

View this post on Instagram

 

A post shared by Shehnaaz Gill (@shehnaazgill)


କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଭବିଷ୍ୟତ ପାଇଁ ରଙ୍ଗୀନ ସ୍ୱପ୍ନ ଦେଖୁଥିବା ଏହି ପ୍ରେମ ପକ୍ଷୀଙ୍କ ମଧ୍ୟରୁ ଅଚାନକ ଜଣେ ଚାଲିଯିବ ଆଉ ଜଣେ ସବୁଦିନ ପାଇଁ ଏକୁଟିଆ ହୋଇଯିବ ବୋଲି କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହନାଜ୍‌ଙ୍କ ସହ ତାଙ୍କ ବିବାହ ସ୍ଥିର ହୋଇଥିବା ଖବର ଶୁଣି ଉଭୟଙ୍କ ଫ୍ୟାନ୍‌ମାନେ ଭାଙ୍ଗିପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.