Below header

ମହଙ୍ଗା ପଡ଼ିଲା ବାସି ଖାଦ୍ୟ ଖାଇବା, ଫ୍ରିଜ୍‌ରେ ରଖାଯାଇଥିବା ନୁଡଲ୍ସ ଖାଇ ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ

ବିଷାକ୍ତ ଖାଦ୍ୟ ଖାଇ ୯ ଜଣଙ୍କ ଜୀବନ ଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଚୀନ୍‌ରେ। ଫ୍ରିଜ୍‌ରେ ଥିବା ବିଷାକ୍ତ ଖାଦ୍ୟ ଖାଇ ସମସ୍ତେ ମୃତ୍ୟୁବରଣ କରିଛନ୍ତି। ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାଯାଇଛି। ଏହି ପରିବାର ଗତ ବର୍ଷେ ଧରି ଫ୍ରିଜ୍‌ରେ ଥିବା ନୁଡଲ୍ସ ଖାଉଥିଲେ।

ରିପୋର୍ଟ ମୁତାବକ ଏହି ପରିବାରର ଲୋକ ନୁଡଲ୍ସ ସୁପ୍‌ ତିଆରି କରି ସାମୁହିକ ଭାବେ ତାକୁ ଖାଇଥିଲେ। କିଛି ସମୟ ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା। ସେମାନଙ୍କୁ ଝାଡ଼ା ଓ ବାନ୍ତି ହେବାକୁ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ବହୁ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇପାରିଲେନି। ଏହି ନୁଡଲ୍ସକୁ ବ୍ରେକ୍‌ଫାଷ୍ଟ ଭାବେ ପରିବାରର ମୋଟ ୧୨ ଜଣ ଖାଇଥିଲେ।

ସୂଚନାନୁସାରେ, ଚୀନ୍‌ର ଏହି ପରିବାର ଅକ୍ଟୋବର ୫ରେ ବିଷାକ୍ତ ଖାଦ୍ୟ ଖାଇଥିଲେ। ୧୦ ଅକ୍ଟୋବରରେ ଡାକ୍ତର ୭ ଜଣଙ୍କୁ ମୃତ ଘୋଷିତ କରିଥିଲେ। ମେଡିକାଲରେ ଆଡମିଟ୍‌ ହୋଇଥିବା ଅଷ୍ଟମ ବ୍ୟକ୍ତିଙ୍କ ମୃତ୍ୟୁ ୨ ଦିନ ପରେ ଅର୍ଥାତ୍‌ ୧୨ ଅକ୍ଟୋବରରେ ହୋଇଥିଲା। ନବମ ବ୍ୟକ୍ତିଙ୍କ ମୃତ୍ୟୁ ଗତ ସୋମବାର ହୋଇଛି।

ପୀଡ଼ିତ ପରିବାର ଉତ୍ତର-ପୂର୍ବ ଚୀନ୍‌ର ହ୍ୟାଲୋଗଜିଆଙ୍ଗରେ ରହୁଛନ୍ତି। ଏହି ଘଟଣା ପରେ ଚୀନ୍‌ର ହେଲଥ କମିଶନ ଜାତୀୟସ୍ତରରେ ଚେତାବନୀ ଜାରି କରି ଲୋକଙ୍କୁ ବାସି ଅଟାରେ ତିଆରି ଖାଦ୍ୟ ଖାଇବାରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.