Below header

କରୋନା ପରେ ଅଷ୍ଟ୍ରେଲିଆରେ ମୁଣ୍ଡ ଟେକିଛି ଏହି ରୋଗ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବ୍ଲଡ଼ ଟେଷ୍ଟ

୨୦୨୦ରେ ଦୁର୍ଦ୍ଧଶା ଯେମିତି ପିଛା ଛାଡ଼ୁନି । ଗୋଟେ ପଟରେ ପୁରା ବିଶ୍ୱ କରୋନା ପରି ଏକ ଜୀବନନାଶକାରୀ ଭାଇରସ ସହ ସଂଘର୍ଷ କରୁଥିବା ବେଳେ ଅଷ୍ଟ୍ରେଲିଆରେ ଏକ ନୂଆ ସମସ୍ୟା ମୁଣ୍ଡ ଟେକିଛି । କରୋନା କାରଣରୁ କ୍ଵାରେଣ୍ଟାଇନ ସେଣ୍ଟରରେ ରହୁଥିବା ୨୦୦ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯିବା ନେଇ ନିର୍ଦ୍ଦେଶ ଜାରି ହୋଇଥିଲା । ଏମିତିକି ଏମାନଙ୍କର ଏଚଆଇଏଭି ପରୀକ୍ଷା କରାଯିବା ନେଇ ସ୍ଥିର ହୋଇଛି । ଖୁବ ଅଧିକ ସଂଖ୍ୟାରେ ମେଡିକାଲ ଷ୍ଟାଫ ମାନେ ବ୍ଲଡ଼ ଟେଷ୍ଟ ପାଇଁ ଦେବା ପରେ ହିଁ ଘଟଣା ସମ୍ପର୍କରେ ଜଣାପଡିଥିଲା । ଭିକ୍ଟୋରିଆ ହେଲ୍ଥ ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଗତ ଅଗଷ୍ଟ ୨୦ ସୁଦ୍ଧା ହସ୍ପିଟାଲର ୨୪୩ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ।

ଏଜେନ୍ସି ଅନୁଯାୟୀ, ଯେଉଁମାନେ କ୍ଵାରେଣ୍ଟୀନ ସେଣ୍ଟରରେ ରହିଥିଲେ ସେମାନେ ସଂକ୍ରମିତ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଯଥେଷ୍ଟ ଅଧିକ ଥିଲା । ଗୋଟିଏ ରୁମରେ ଏକାଧିକ ଲୋକ ବାସ କରୁଥିବାରୁ ଆଉ ସମାନ ବାଥରୁମ ଓ ସମାନ ରୁମ ବ୍ୟବହାର କରୁଥିବାରୁ ସେମାନଙ୍କ ଠାରେ ରକ୍ତବାହୀ ରୋଗ ଯେମିତିକି ହେପାଟାଇଟିସ ବି, ହେପାଟାଇଟିସ ସି ସମେତ ଏଚଆଇଭିରେ ସଂକ୍ରମିତ ହେବାର ଆଶଙ୍କା ଅନେକ ଗୁଣା ବୃଦ୍ଧି ପାଇଛି ।

ଟେଷ୍ଟ କରାଉଥିବା ଲୋକ ମାନଙ୍କର ତଥ୍ୟ ସମ୍ପୂର୍ଣ୍ଣ ରୂପେ ଗୋପନରେ ରଖାଯିବ ବୋଲି ଏଜେନ୍ସି ତରଫରୁ ସ୍ପଷ୍ଟ କରାଯାଇଛି । କିନ୍ତୁ ଏଥିପାଇଁ ପ୍ରକୃତରେ କିଏ ଦାୟୀ ସେ ନେଇ ଜଣାପଡିନାହିଁ । ଘଟଣା ପଛରେ କିଏ ଦାୟୀ ସେନେଇ ଭିକ୍ଟୋରିଆ ଏଜେନ୍ସିର ଜଣେ ପ୍ରଫେସର ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.