ଚୀନ୍‌ ଜନସଂଖ୍ୟା କମୁଥିବାରୁ ସରକାରଙ୍କୁ ଘାରିଲା ଚିନ୍ତା, ଦେଲେ ୩ ସନ୍ତାନ ଜନ୍ମ ଅନୁମତି

ବେଜିଂ : ବିଶ୍ୱରେ ସବୁଠୁ ଜନ ବହୁଳ ଦେଶ ଭାବେ ଚୀନର ରେକର୍ଡ ରହିଛି । ତା’ ପଛକୁ ରହିଛି ଭାରତ । ଭାରତ ଜନସଂଖ୍ୟା କମାଇବାକୁ ବିଭିନ୍ନ ପଲିସି ଆପଣାଉଥିବା ବେଳେ ଚୀନ କିନ୍ତୁ ଏବେ ତା’ର ଜନସଂଖ୍ୟା ବୃଦ୍ଧି ପାଇଁ ନିୟମ କରିଛି ।

ସବୁଠୁ ଜନ ବହୁଳ ଦେଶ ଚୀନ ତା’ର ଲୋକସଂଖ୍ୟା କମାଇବା ପାଇଁ ଆମେ ଦୁଇ ଆମର ଦୁଇ ସ୍ଲୋଗାନ ଦେଇଥିଲା । ଏଥିପାଇଁ ସରକାର ଦୁଇଟି ସନ୍ତାନ କରିବାକୁ ଅନୁମତି ଦେଇଥିଲେ । ଏବେ କିନ୍ତୁ ଦେଶରେ ଜନସଂଖ୍ୟା ବୃଦ୍ଧିର ଦୃତ ହ୍ରାସ ଘଟିଛି । ଫଳରେ ସରକାର ପରିବାର ନିୟୋଜନ ନିୟମରେ କୋହଳ ଆଣିଛନ୍ତି । କାରଣ ଦେଶରେ ମୋଟ ଜନସଂଖ୍ୟାର ଏକ ବଡ଼ ଭାଗ ବୃଦ୍ଧ ଅବସ୍ଥାକୁ ଆସିଯାଇଛନ୍ତି । ଫଳରେ ସରକାର ଏବେ ଦୁଇ ସନ୍ତାନ ପରିବର୍ତ୍ତେ ୩ ସନ୍ତାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଚୀନ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଆଇନକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅର୍ଥାତ ଦୀର୍ଘଦିନ ଧରି ଚୀନରେ ଚାଲିଥିବା ‘ଆମେ ଦୁଇ ଆମର ଦୁଇ’ ଆଇନର ଅନ୍ତ ଘଟିଛି । କିଛିଦିନ ତଳେ ଚୀନ ତା’ର ଜନସଂଖ୍ୟାର ହିସାବ ଜାରି କରିଥିଲା । ଏହି ହିସାବ କହିଛି ଯେ ପୂର୍ବ ଦଶକରେ ଚୀନରେ ଶିଶୁ ଜନ୍ମ ହାର ବେସ୍ କମିଥିବା ଦେଖାଯାଇଥିଲା । ଏହାର ମୁଖ୍ୟ କାରଣ ଚୀନର ଦୁଇ ଶିଶୁ ଯୋଜନା ବୋଲି କୁହାଯାଇଛି ।

ଚୀନ୍‌ରେ ୨୦୧୯ ଶେଷ ସୁଦ୍ଧା ୧.୪ ବିଲିୟନ ଲୋକ ଗଣନା ହୋଇଥିବା ବେଳେ ୨୦୨୦ ଶେଷ ସୁଦ୍ଧା ଏହା ହ୍ରାସ ପାଇଥିଲା । ଦେଶର ଏକ ବଡ଼ ଭାଗ ଜନସଂଖ୍ୟା ଏବେ ବୃଦ୍ଧ ଆଡକୁ ଗତି କରିଥିବାରୁ ସରକାର ପରିବାର ନୟୋଜନ ୨ ସନ୍ତାନ ନିୟମକୁ ବଦଳାଇ ୩ ସନ୍ତାନ କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.