ଶରୀରର ବ୍ଲଡ ସୁଗାର ଲେବଲ ବଢ଼ିଲେ କିମ୍ବା କମିଲେ ଦେଖାଦିଏ ଏସବୁ ସମସ୍ୟା, ଆପଣଙ୍କର ହେଉଛି କି ଏଭଳି ଅସୁବିଧା !

ଶରୀରରେ ବ୍ଲଡ ସୁଗାର ଲେବଲ ନିୟନ୍ତ୍ରଣରେ ରହିବା ନିହାତି ଜରୁରୀ। ସୁଗାର ଲେବଲ ଅଧିକ ହେଲେ ତାହାକୁ ଡାଇବେଟିସ ବୋଲି କୁହାଯାଏ। ସୁଗାର ଲେବଲ ଟିକେ ଏପଟ ସେପଟ ହେଲେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଏ। ଏହା ଫଳରେ ଅନେକ ରୋଗର ଆଶଙ୍କା ବି ବଢ଼ିଯାଏ। ଆସନ୍ତୁ ଜାଣିବା ଶରୀରରେ ବ୍ଲଡ଼ ସୁଗାର ଲେବଲ କମିଲେ କିମ୍ବା ବଢ଼ିଲେ କି ସମସ୍ୟା ଦେଖାଦିଏ…

ସୁଗାର ଲେବଲ ଅଧିକ ଥିବା ଲୋକଙ୍କୁ ବାରମ୍ବାର ପରିସ୍ରା ଲାଗେ। ଏଥିସହ ସେମାନଙ୍କୁ ପ୍ରବଳ ଶୋଷ ବି ହୁଏ। ସୁଗାର ରୋଗୀଙ୍କ ଓଠ ଓ ମୁହଁ ଶୁଖିଯାଏ। ଏଥିସହ ଚର୍ମ ରୋଗ ମଧ୍ୟ ଦେଖାଦିଏ। ଗୋଡ଼ ଫାଟିବା ଭଳି ସମସ୍ୟା ବି ଉପୁଜେ। ଆଖିର ଦୃଷ୍ଟି ଶକ୍ତି କମିଯାଏ। ଥକା ଲାଗେ। କେବଳ ଏତିକି ନୁହେଁ ପାଚନରେ ବି ସମସ୍ୟା ଦେଖାଦିଏ।

ଅନ୍ୟପଟେ ବ୍ଲଡ ସୁଗାର କମିଲେ ହାର୍ଟ ବିଟ୍ ବଢ଼ିଯାଏ। ହାତ, ଗୋଡ଼ ଥରିବାକୁ ଲାଗିଥାଏ। ଏଥିସହ ପ୍ରବଳ ଝାଳ ମଧ୍ୟ ବହେ। ଏସବୁ ସମସ୍ୟା ଦେଖା ଯାଉଥିଲେ ଶରୀରର ସୁଗାର ଲେବଲ ଟେଷ୍ଟ କରିବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.