Below header

ସ୍ମାର୍ଟଫୋନକୁ କେବେ ବି ଏମିତି କରନ୍ତୁନି Reset, ଗୋଟେ ଭୁଲ ସବୁଦିନ ପାଇଁ ଖରାପ କରିପାରେ ମୋବାଇଲ

ଲକଡାଉନ ଯୋଗୁ ଏବେ ସ୍ମାର୍ଟଫୋନର ବ୍ୟବହାର ବଢ଼ିଯାଇଛି। ଅଧିକ ବ୍ୟବହାର ହେଉଥିବାରୁ ପ୍ରାୟତଃ ଫୋନ୍ ହ୍ୟାଙ୍ଗ ହୋଇଥାଏ, ଫଳରେ ଆମକୁ Factory Reset କରିବାକୁ ପଡ଼େ। କୌଣସି ଫୋନକୁ Reset କରିବାରେ ତାର ଡାଟା ଡିଲିଟ୍ ହୋଇଯାଏ। କିନ୍ତୁ ରିସେଟ୍ କରିବା ବେଳେ ଯଦି କେତୋଟି ବିଷୟ ପ୍ରତି ଧ୍ୟାନ ଦେବେ, ତେବେ ଆପଣଙ୍କ ଡାଟା ସୁରକ୍ଷିତ ରହିବ।

ଏମିତି କରନ୍ତୁ Factory Reset :

Factory Reset କଲେ ଫୋନ ନୂଆ ଭଳି ହୋଇଯାଏ। Reset ପୂର୍ବରୁ Settings କୁ ଯାଇ Privacy ଚୟନ କରନ୍ତୁ। ସେଠାରେ ବ୍ୟାକଅପ୍ ଆଣ୍ଡ ରିସେଟ୍ ଅପ୍ସନକୁ ଯାଇ Factory Reset ଉପରେ କ୍ଲିକ କରନ୍ତୁ। ଏହା ପରେ ରିସେଟ ଫୋନକୁ ଚୟନ କରନ୍ତୁ। ଆପଣଙ୍କ ଫୋନ ରିସେଟ ହୋଇଯିବ।

ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ:

ଫୋନ ରିସେଟ କରିବା ପୂର୍ବରୁ ଜରୁରୀ ଡାଟା, ଫଟୋ, ଭିଡିଓ ଓ ଡକ୍ୟୁମେଣ୍ଟକୁ ଅନ୍ୟ ଫୋନକୁ କିମ୍ବା କମ୍ପ୍ୟୁଟରକୁ ନେଇ ଯାଆନ୍ତୁ। ତେବେ ବାରମ୍ବାର Factory Reset ମାରିବା ଦ୍ୱାରା ଫୋନର ଇଣ୍ଟରନାଲ ଷ୍ଟୋରେଜ ଉପରେ କୁପ୍ରଭାବ ପଡ଼େ। ଏଣୁ ଆବଶ୍ୟକ ହେଲେ ହିଁ ଫୋନ ରିସେଟ୍ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.