ଗଲଓ୍ଵାନ ସଂଘର୍ଷ ପରେ ନିଜ ଦେଶରେ ରାଷ୍ଟ୍ରପତିଙ୍କୁ ବିରୋଧ କଲେ ଚୀନ୍‌ବାସୀ

ବେଜିଂ : ଲଦାଖର ଗଲଓ୍ଵାନ୍‌ ଘାଟିରେ ଭାରତ- ଚୀନ୍‌ ମଧ୍ୟରେ ସଂଘର୍ଷ ପରେ ଏବେ ଚୀନ୍‌ ରାଷ୍ଟ୍ରପତି ଶୀ ଜିନ୍‌ପିଙ୍ଗ୍‌ଙ୍କୁ ନିଜ ଦେଶର ଜନତା ଅଙ୍ଗୁଳି ଉଠାଇଛନ୍ତି । କାରଣ ଏପର୍ଯ୍ୟନ୍ତ ଚୀନ୍‌ ସଂଘର୍ଷରେ ନିହତ ହୋଇଥିବା ନିଜ ସେନାଙ୍କ ନାମ ଘୋଷଣା କରିନାହିଁ ।

ଯାହାକୁ ନେଇ ସୈନିକଙ୍କ ପରିବାରଙ୍କ ଆକ୍ରୋସର ଶିକାର ହେବାକୁ ପଡ଼ିଛି ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କୁ । ଆମେରିକାର ଏକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ନିଷ୍ପତ୍ତିକୁ ନେଇ ସୈନିକଙ୍କ ପରିବାର ବହୁତ ଚିନ୍ତାଗ୍ରସ୍ତ ଅଛନ୍ତି ।

ଚୀନ୍‌ ସୋସିଆଲ୍‌ ମିଡିଆରେ ଚୀନ୍‌ର ଯବାନଙ୍କୁ ନେଇ ବହୁ ପ୍ରଶ୍ନର ଶିକାର ହେଉଛନ୍ତି ସରକାର । ଏବେ ସୋସିଆଲ୍‌ ମିଡିଆକୁ ଶାନ୍ତ କରିବାରେ ସରକାର ବିଫଳ ହୋଇଥିବା ଆମେରିକାର ଏହି ଗଣମାଧ୍ୟମ ପ୍ରକାଶ କରିଛି ।

ଏହି ରିପୋର୍ଟ ଅନୁଯାୟୀ ଗଲ୍‌ଓ୍ଵାନ ସଂଘର୍ଷରେ ନିହତ ହୋଇଥିବା ସେନାଙ୍କ ପରିବାର ଲୋକେ ବିଭିନ୍ନ ପ୍ରକାର ସରକାର ବିରୋଧୀ କ୍ରୋଧ ଜାହିର କରିଛନ୍ତି । ସୋସିଆଲ୍‌ ମିଡିଆରେ ନିହତ ହୋଇଥିବା ଚୀନ୍‌ ସେନାଙ୍କ ନାମ ପ୍ରକାଶ କରିବାକୁ ଦାବି ମଧ୍ୟ ଜୋରଦାର ହୋଇଛି ।

ଗଲ୍‌ଓ୍ଵାନ ସଂଘର୍ଷରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଥିବା ବେଳେ ଚୀନ୍‌ ର ୪୦ ରୁ ଉର୍ଦ୍ଧ୍ୱ ସେନା ନିହତ ହୋଇଥିବା ଜଣାଯାଇଛି । ହେଲେ ଚୀନ୍‌ ଏମାନଙ୍କର ନାମ ଦେଶବାସୀଙ୍କ ଆଗରେ ପ୍ରକାଶ କରୁନାହିଁ । ଯାହାକୁ ନେଇ ଦେଶର ଜନତାଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.