ସତର୍କ ରୁହ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ : ଆମେରିକା ରାଷ୍ଟ୍ରପତି ଆଶାୟୀ ନିକ୍କି ହାଲି

ସାରା ବିଶ୍ୱ ଓ ଆମେରିକା ପାଇଁ ଚୀନ ’ଜୀବନ୍ତ ବିପଦ’ ଓ ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତି ହେଉଛି ବୋଲି ଭାରତ-ଆମେରେକୀୟ ରିପବ୍ଲିକାନ ରାଷ୍ଟ୍ରପତି ଆଶାୟୀ ନିକ୍କି ହାଲି କହିଛନ୍ତି ।

ସାରା ବିଶ୍ୱ ଓ ଆମେରିକା ପାଇଁ ଚୀନ ’ଜୀବନ୍ତ ବିପଦ’ ଓ ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତି ହେଉଛି ବୋଲି ଭାରତ-ଆମେରେକୀୟ ରିପବ୍ଲିକାନ ରାଷ୍ଟ୍ରପତି ଆଶାୟୀ ନିକ୍କି ହାଲି କହିଛନ୍ତି ।
କେତେକ କ୍ଷେତ୍ରରେ ଆମେରିକାକୁ ପରାଜୟ କରିବା ପାଇଁ ଚୀନ ପ୍ରାୟ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ୱ ସମୟ ନଷ୍ଟ କରିସାରିଲାଣି । ଚୀନର ସେନାମାନେ ଆମେରିକାର ସେନାଙ୍କ ସହ ସମତୁଲ ହେବା ପାଇଁ ମଧ୍ୟ ଅଭ୍ୟାସ ଜାରି ରଖିଛନ୍ତି ବୋଲି ଶୁକ୍ରବାର ନ୍ୟୁ ହାମସ୍ପାଏର ଠାରେ ଏକ ସଭାରେ ଯୋଗ ଦେଇ ହାଲି କହିଛନ୍ତି ।

ଅନ୍ୟ ଜଣେ ଭାରତ-ଆମେରିକୀୟ ରିପବ୍ଲିକାନ ରାଷ୍ଟ୍ରପତି ଆଶାୟୀ ପ୍ରତିପକ୍ଷ ବିବେକ ରାମସ୍ୱାମୀଙ୍କ ଚୀନ ଓହିଓ ଠାରେ ଦିଆଯାଇଥିବା ଭାଷଣ ପରେ ଏହା କହିଛନ୍ତି ହାଲି । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଉଭୟ ହାଲି ଓ ରାମସ୍ୱାମୀ ହେଉଛନ୍ତି ଆମେରିକାର ଲୋକପ୍ରିୟ ପ୍ରାର୍ଥୀ ।

ଆମେରିକାରୁ ସୃଷ୍ଟ ଜବଗୁଡିକୁ ଚୀନ ନେଇଯାଉଛି ବୋଲି ହାଲି ଅଭିଯୋଗ କରିଥିଲେ । ଏବେ ଚୀନ ଶିଳ୍ପ ଠାରୁ ଆରମ୍ଭ କରି ମେଡିସିନ ଓ ଆଡଭାନ୍ସ ଟେକନୋଲୋଜିକୁ କଣ୍ଟ୍ରୋଲ କରୁଛି । ଯେଉଁଥିପାଇଁ ଚୀନ ଏକ ପଛୁଆ ଅର୍ଥନୈତିକ ଶ୍ରେଣୀରୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୈତିକ ରାଷ୍ଟ ଭାବେ ପରିଚୟ ସୃଷ୍ଟି କରିଛି । ସେମାନେ ପ୍ରତି ମୁହୂର୍ତ୍ତରେ ଆମେରିକାକୁ ଟପି ଯିବାକୁ ଚାହୁଁଛନ୍ତି ।

କେତେକ କ୍ଷେତ୍ରରେ ଚୀନର ସେନା ଆମେରିକା ସେନାଙ୍କ ସହ ସମାନ ବି ହେଲେଣି । ଚୀନର ନେତାମାନେ ଏତେ ଚତୁର ଯେ ସେମାନେ ଆମ ଆକାଶ ମାର୍ଗକୁ ଗୁଇନ୍ଦା ବେଲୁନ ପଠାଇବାକୁ ବି ଭୟ କରୁ ନାହାଁନ୍ତି । ତେଣୁ କିଛି ବି ଭୁଲ କରନ୍ତୁ ନାହିଁ ।

କମ୍ୟୁନିଷ୍ଟ ଦଳ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏବଂ ଚୀନର ନେତାମାନେ ମଧ୍ୟ ବିଜୟଲାଭ କରିବାକୁ ଚାହୁଁଛନ୍ତି । ଯଦି ମୁଁ ନିର୍ବାଚନରେ ବିଜୟଲାଭ କରେ, ତେବେ ଗରିବ ଲୋକଙ୍କ ପାଇଁ ଗ୍ୟାସ ଓ ଡିଜେଲ ଟ୍ୟାକ୍ସ ଉଠାଇ ଦେବା ସହ ଚାକିରିଆ ପରିବାରଙ୍କ ପାଇଁ ଇନକମ ଟ୍ୟାକ୍ସ ମଧ୍ୟ ହ୍ରାସ କରିଦେବି ବୋଲି ହାଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.