Below header

ବିଶ୍ୱର ଏପରି ସ୍ଥାନ, ଯେଉଁଠି ମହିଳାଙ୍କ ନିର୍ଦ୍ଦେଶରେ ପୁରୁଷ କରନ୍ତି କାର୍ଯ୍ୟ

ଚେକ୍ ରିପବ୍ଲିକ୍‌ରେ ଅବସ୍ଥିତ ‘ଅଦର୍‌ ଓ୍ଵାଲ୍ଡ କିଙ୍ଗ୍‌ଡମ’ ନିଜକୁ ଏକ ଦେଶ ଘୋଷଣା କରିଛି । ଏହି ଦେଶର ରାଜଧାନୀ ହେଉଛି ବ୍ଲାକ୍ ସିଟି । ଏହି ସ୍ୱଘୋଷିତ ଦେଶରେ କେବଳ ମହିଳାମାନଙ୍କୁ ହିଁ ନାଗରିକତା ଦିଆଯାଇଥାଏ । ମହିଳାମାନେ ଏଠାରେ ସରକାର ଚଲାନ୍ତି ।

ଭାରତରେ ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାରିତ ହୋଇଛି, ଯାହା ପରେ ଆଗାମୀ କିଛି ବର୍ଷ ମଧ୍ୟରେ ସଂସଦରୁ ନେଇ ବିଧାନସଭା ପର୍ଯ୍ୟନ୍ତ ମହିଳାମାନଙ୍କ ପ୍ରତିନିଧିତ୍ୱ ବଢିବ । ବିଗତ କିଛି ବର୍ଷ ହେବ ମହିଳାଙ୍କୁ ସମାନ ଅଧିକାର ଦେବାକୁ ନେଇ କେବଳ ଭାରତ ନୁହେଁ, ବରଂ ବିଶ୍ୱର ଅନେକ ଦେଶରେ ତର୍କ ଚାଲିଛି । ଅବଶ୍ୟ, ବିଶ୍ୱରେ ଏପରି କିଛି ଦେଶ ମଧ୍ୟ ଅଛି, ଯେଉଁଠି ମହିଳାମାନଙ୍କ ପ୍ରତିନିଧିତ୍ୱ ଅଧିକ ରହିଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶ ବିଷୟରେ କହିବୁ, ଯେଉଁଠି ମହିଳାମାନେ ରାଜ କରନ୍ତି ଏବଂ ସରକାର ଚଲାନ୍ତି ।

ଚେକ୍ ରିପବ୍ଲିକ୍‌ରେ ଅବସ୍ଥିତ ‘ଅଦର୍‌ ଓ୍ଵାଲ୍ଡ କିଙ୍ଗ୍‌ଡମ’ ନିଜକୁ ଏକ ଦେଶ ଘୋଷଣା କରିଛି । ଏହି ଦେଶର ରାଜଧାନୀ ହେଉଛି ବ୍ଲାକ୍ ସିଟି । ଦେଶର ନିଜସ୍ୱ ପତାକା, ମୁଦ୍ରା ଏବଂ ପାସପୋର୍ଟ ମଧ୍ୟ ଅଛି । ହେଲେ ଅଦର ଓ୍ଵାଲ୍ଡ କିଙ୍ଗ୍‌ଡମକୁ ବିଶ୍ୱର ବାକି ଦେଶମାନେ କୌଣସି ଦେଶର ମାନ୍ୟତା ଦେଇ ନାହାନ୍ତି। ଏହି ସ୍ୱଘୋଷିତ ଦେଶରେ କେବଳ ମହିଳାମାନଙ୍କୁ ହିଁ ନାଗରିକତା ଦିଆଯାଇଥାଏ । ମହିଳାମାନେ ଏଠାରେ ସରକାର ଚଲାନ୍ତି । ଏହି ଦେଶର ମହାରାଣୀଙ୍କ ନାମ ପାଟ୍ରିସିଆ, ଯିଏ ଏଠାରେ ରାଜ୍‌ କରନ୍ତି ।

ଏହି ଦେଶକୁ ନେଇ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଏଠାରେ ପୁରୁଷମାନଙ୍କୁ ମହିଳାମାନଙ୍କ ଦାସ ଭଳି ବ୍ୟବହାର କରାଯାଇଥାଏ। ପୁରୁଷମାନେ ଅନେକ ପ୍ରକାରର କାର୍ଯ୍ୟ କରନ୍ତି ଏବଂ ମହିଳାଙ୍କ ସେବା ମଧ୍ୟ କରିଥାନ୍ତି । ରାଣୀଙ୍କ ବିନା ଅନୁମତିରେ ପୁରୁଷ କିଛି ବି କାର୍ଯ୍ୟ କରିପାରନ୍ତି ନାହିଁ । ଏଠାରେ ମହିଳାଙ୍କ ପାଖରେ ଜଣେ ପୁରୁଷ ଦାସ ରହିବା ଜରୁରୀ ହୋଇଥାଏ । ମହାରାଣୀ ମହିଳାଙ୍କ ପାଇଁ ଏହିପରି ଅନେକ ନିୟମ କରିଛନ୍ତି ।

ଏହି ଦେଶରେ ସ୍କୁଲ, ଜେଲ୍, ରେଷ୍ଟୁରାଣ୍ଟ ଏବଂ ନାଇଟ୍ କ୍ଲବ୍ ମଧ୍ୟ ରହିଛି । ଏଠାରେ ଅନେକ ବିଲ୍ଡିଂ ମଧ୍ୟ ତିଆରି ହୋଇଛି। ଏକ ଛୋଟ ସହର ଯେତିକି ଏରିଆରେ ରହିଥାଏ, ଏହି ଦେଶ ସେତିକି ଏରିଆରେ ରହିଛି। ଏହିଭଳି ଭାବେ ଲୋକେ ଏଠାରେ ନିଜ ଜୀବନ ଅତିବାହିତ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.