ହାଇଦ୍ରାବାଦରେ ଅଛି ପ୍ରସିଦ୍ଧ ଭିସା ବାଲାଜୀ ମନ୍ଦିର, ବିଦେଶ ଯାତ୍ରା ପାଇଁ ଏଠାରୁ VISA ନେବାପାଇଁ ଆସନ୍ତି ଅନେକ ଭକ୍ତ

ଅଧିକାଂଶ ଲୋକ ନିଜର ସବୁ ଇଚ୍ଛାକୁ ପୂରଣ କରିବା ପାଇଁ ଭଗବାନଙ୍କ ଆଶ୍ରୟ ନିଅନ୍ତି । ଅନେକ ମଠ ମନ୍ଦିର ଧାର୍ମିକ ତଥା ଆଧ୍ୟାତ୍ମିକ ସ୍ଥାନ ବୁଲିଥାନ୍ତି । ତେବେ ଦେଶରେ ଏପରି ଅନେକ ମନ୍ଦିର ରହିଛି ଯାହା ଭକ୍ତଙ୍କ ସମସ୍ତ ଇଚ୍ଛା ତଥା ମନୋକାମନା ପୂରଣ ପାଇଁ ପ୍ରସିଦ୍ଧ ରହିଛି । ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଲୋକେ ବିଦେଶ ଯାତ୍ରା ଭିସା ପାଇବା ପାଇଁ ଆସିଥାନ୍ତି। କଥା ଟା ଅବାଗିଆ ଲାଗୁଥିଲେ ବି ଏକଦମ ସତ .. ଯଦି ଭିସା ସମ୍ବନ୍ଧିତ କୌଣସି ସମସ୍ୟା ରହିଛି ତେବେ ଆପଣ ଥରେ ଏହି ମନ୍ଦିର ବୁଲି ଆସନ୍ତୁ .. ଦେଖିବେ ସାଙ୍ଗେ ସାଙ୍ଗ ଭିସା ହୋଇଯିବ , ଆଉ ଆପଣ ବିଦେଶ ଯାତ୍ରା କରିପାରିବେ ।

ଏହି ମନ୍ଦିର ଟି ତେଲେଙ୍ଗାନାରେ ରହିଛି , ଏହା ଦୁନିଆରେ ଭିସା ମନ୍ଦିର ରୂପରେ ବେଶ ଜଣାଶୁଣା ..ଏହି ମନ୍ଦିରରେ ଭକ୍ତ ମାନେ ନିଜ ଆରାଧ୍ୟ ଦେବାତାଙ୍କ ଶରଣାପନ୍ନ ହୋଇଥାନ୍ତି। ଏଠାକୁ ଆସୁଥିବା ଭକ୍ତ ବିଶ୍ୱାସ କରନ୍ତି ଯେ ଏହି ମନ୍ଦିରରେ କେହି ଖାଲି ହାତରେ ଫେରନ୍ତି ନାହିଁ। ଏଠାରେ ସମସ୍ତଙ୍କର ଇଚ୍ଛା ପୂରଣ ହୋଇଥାଏ। ଅନେକ ଲୋକଙ୍କୁ ଆମେରିକା ଯିବାପାଇଁ ଏଠାରୁ ଭିସା ମିଳିସାରିଛି। ତେବେ ଏହା କେତେ ସତ ଚାଲନ୍ତୁ ଜାଣିବା..

ବ୍ରିଟେନ ହେଉ କିମ୍ବା ଆମେରିକା ଅଥବା କାନାଡା, ବିଦେଶକୁ ଯିବା ପାଇଁ ଭିସା ନିହାତି ଦରକାର ହୋଇଥାଏ । ଏମିତିରେ ଅପେକ୍ଷା କରିବାକୁ ପଡିଥାଏ। କାରଣ ଅନେକ ସମୟରେ ମାସ ମାସ ଧରି ଅପେକ୍ଷା କରିବା ପରେ ଭିସା ପ୍ରତ୍ୟାଖ୍ୟାନ ହୋଇଯାଇଥାଏ। ଯାହା ପରେ ଅଧିକାଂଶ ଲୋକଙ୍କ ପାଖରେ ଏକମାତ୍ର ଉପାୟ ରହିଥାଏ। ତାହା ହେଉଛି ଏହି ମନ୍ଦିରରେ ଭଗବାନଙ୍କ ଦର୍ଶନ। ବିଶ୍ୱାସ କରାଯାଏ ଯେ ଏଠାକୁ ଆସିବା ପରେ ତୁରନ୍ତ ଆମେରିକା ଯାତ୍ରା ପାଇଁ H-1B ଭିସା ମିଳିଯାଏ।

ହାଇଦ୍ରାବାଦ ସହରରେ ଅବସ୍ଥିତ ରହିଛି ଏପରି ଚମତ୍କାରୀ ମନ୍ଦିର। ହାଇଦ୍ରାବାଦ ସହରରେ ଚିଲକୁର ବାଲାଜୀ ନାମରେ ଏକ ପ୍ରସିଦ୍ଧ ମନ୍ଦିର ରହିଛି। ପ୍ରାୟ ୫୦୦ ବର୍ଷର ପୁରୁଣା ଐତିହାସିକ ମନ୍ଦିର ଏକ ନିଆରା କାରଣ ପାଇଁ ଚର୍ଚ୍ଚାରେ ରହିଥାଏ। ଏହି ମନ୍ଦିର ଭିସା ମନ୍ଦିର ନାମରେ ଜଣାଶୁଣା। କାରଣ ଲୋକେ ବିଦେଶ ଯାତ୍ରା ପାଇଁ ଭିସା ପାଇବା ଆଶାରେ ଏହି ମନ୍ଦିର ଦର୍ଶନ କରିଥାନ୍ତି। ଯାହାର ଭିସା ପାଇବାରେ ଅସୁବିଧା ହୁଏ ସେମାନେ ଚିଲକୁର ବାଲାଜୀ ମନ୍ଦିର ଦର୍ଶନ କରିଥାନ୍ତି।

ପୂର୍ବରୁ କେବଳ ଦକ୍ଷିଣ ଭାରତୀୟ ଲୋକ ଏଠାକୁ ଆସୁଥିଲେ। ହେଲେ ଆଜିର ସୋସିଆଲ୍ ମିଡିଆ ଯୁଗରେ ଦେଶର ବିଭିନ୍ନ ସ୍ଥାନରୁ ଲୋକ ଭିସା ପାଇବା ଆଶାରେ ଚିଲକୁର ବାଲାଜୀ ମନ୍ଦିରରେ ପହଞ୍ଚିଥାନ୍ତି। ଆମେରିକା, ବ୍ରିଟେନ, କାନାଡା ସମେତ ଅନ୍ୟ ୟୁରୋପୀୟ ଦେଶ ପାଇଁ ଭିସା ପାଇବାକୁ ଚାହୁଁଥିବା ଲୋକ ଏହି ମନ୍ଦିରରେ ଆସି ପହଞ୍ଚି ଭଗବାନଙ୍କ ଦର୍ଶନ କରିଥାନ୍ତି। ଭିସା ପାଇବା ଆଶାରେ ବାଲାଜୀ ମନ୍ଦିରରେ ୧୧ ଥର ପରିକ୍ରମା କରିଥାନ୍ତି। ମନ୍ଦିର ପରିକ୍ରମା କରିବା ସମୟରେ ସେମାନେ ତାଙ୍କର ଆବେଦନପତ୍ର ଦାଖଲ କରି ନିଜର ଇଚ୍ଛା ସମ୍ପର୍କରେ ଜଣାଇଥାନ୍ତି। ଏହା ପରେ ସେମାନେ ପୂଜାପାଠ କରିବା ସମୟରେ ନିଜ ପାସପୋର୍ଟ ଭଗବାନଙ୍କ ସାମ୍ନାରେ ରଖିଥାନ୍ତି। ଯଦି ସେମାନଙ୍କର ଇଚ୍ଛା ପୂରଣ ହୋଇଯାଏ, ତାହେଲେ ସେମାନଙ୍କୁ ମନ୍ଦିରକୁ ଫେରି ୧୦୮ ଥର ପରିକ୍ରମା କରିବାକୁ ହୋଇଥାଏ। ଏପରି କରି ସେମାନେ ଭଗବାନଙ୍କ ଆଶୀର୍ବାଦ ନେଇଥାନ୍ତି। ଏହି କାରଣରୁ ମନ୍ଦିରଟି ଭିସା ବାଲାଜୀ ମନ୍ଦିର ଭାବରେ ମଧ୍ୟ ଜଣାଶୁଣା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.